ପୁରୀ : ଜୁନ୍ ୨୩ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ବାତ୍ୟା ‘ଅମ୍ଫନ’ ପ୍ରଭାବରେ ପୁରୀରେ ହାଲ୍କା ବର୍ଷା ସହ ପବନ ମଙ୍ଗଳବାର ସକାଳୁ ଆକାଶ ମେଘାଛନ୍ନ ରହିଛି। ସକାଳ ୧୦ଟା ବେଳକୁ ହାଲ୍କା ଝିପିଝିପି ବର୍ଷା ହୋଇଥିଲା। କିଛି ସମୟପରେ ବର୍ଷା ବନ୍ଦ ମଧ୍ୟ୍ ହୋଇଯାଇଥିଲା। ପୂନର୍ବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ହାଲ୍କା ବର୍ଷା ସହ ପବନ ଆରମ୍ଭ ହୋଇଥିଲା।
ବାତ୍ୟା ପ୍ରଭାବରେ ବର୍ଷା, ପବନ ଏତେଟା ନ ଥିବାରୁ ସକାଳୁ ରଥଖଳାରେ କାର୍ଯ୍ୟ ଚାଲିଥିଲା। ବର୍ଷା ସମୟରେ କିଛି ସମୟ କାମ ବନ୍ଦ ରହିଥିବା ବେଳେ ପୁଣି ରଥ ନିର୍ମାଣ କାର୍ଯ୍ୟ ସ୍ବାଭାବିକ ହୋଇଥିଲା । ଅନ୍ୟପଟେ ଦେଖିବାକୁ ଗଲେ ବାତ୍ୟା ‘ଅମ୍ଫନ’ ପ୍ରଭାବରେ ପୁରୀ ବେଳାଭୂମିରେ ଅଶାନ୍ତ ଦେଖିବାକୁ ମିଳିଥିଲା। ବଡ଼ ବଡ଼ ଜୁଆର ଆସି କୂଳରେ ମାଡ଼ ହେଉଛି । ତେବେ ସମ୍ଭାବ୍ୟ ସ୍ଥିତିର ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରସ୍ତୁତ ଥିବା ଜଣାପଡିଛି
