ପୁରୀ : ପୁରୀକୁ ବାତ୍ୟା ‘ଅମ୍ଫନ୍’ ନ ଛୁଇଁଥିବା ବେଳେ କିନ୍ତୁ ବେଳାଭୂମିରେ ଦେଖିବାକୁ ମିଳିଛି ଆସାନ୍ତ। ୧୯ତାରିଖ ସକାଳୁ ଆକାଶ ମେଘାଚ୍ଛନ୍ନ ରହିଥିବା ବେଳେ ଅପରାହ୍ନରୁ ହାଲକା ପବନ ବର୍ଷା ଆରମ୍ଭ ହୋଇଥିଲା। ମଙ୍ଗଳବାର ରାତି ତମାମ ମଧ୍ୟମ ଧରଣର ବର୍ଷା ଲାଗି ରହିଥିଲା। ଏଥି ସହିତ ବୁଧବାର ସକାଳେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା ଓ ଝିପିଝିପି ବର୍ଷା ସାଙ୍ଗକୁ ୩୬-୪୦ କିମି ବେଗରେ ପବନ ବହୁଥିଲା। ସେହିଭଳି ପୁରୀ ସମୁଦ୍ର ଅଶାନ୍ତ ରହିଥିବା ବେଳେ କୂଳରେ ଜୁଆର ମାଡ଼ ହେଉଥିବା ଦେଖିବା କୁ ମିଳିଛି। ପୁରୀ ବେଳାଭୂମିରେ ୨ରୁ ୪ ଫୁଟ ଉଚ୍ଚ ଜୁଆର ମଧ୍ୟ ଉଠୁଥିଲା।
ପୁରୀ ଜିଲ୍ଲାର କାକଟପୁର ବ୍ଲକରେ ସର୍ବାଧିକ ଅସ୍ତରଙ୍ଗ ବ୍ଲକରେ ୧୪୨ ମିମି ବର୍ଷା ହୋଇଥିବା ବେଳେ, ୧୬୧ ମିମି ବର୍ଷା ରେକର୍ଡ କରାଯାଇଛି। ବାତ୍ୟା ‘ଅମ୍ଫାନ’କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସଜାଗ ହୋଇରହିଥିଲେ।