Odia News Portal

ଜୀବନକୁ ବାଜିଲଗାଇ ଲୋକଙ୍କ ସେବାରେ ବ୍ୟାଙ୍କ ମିତ୍ର

ଗଣିଆ : କରୋନା ସମୟରେ ରୋଜଗାର ହରାଇ ଘରେ ବସି ରହିଥୁବା ଜନସାଧାରଣଙ୍କ ପାଇଁ ଦୁଃଖର ବନ୍ଧୁ ପାଲଟିଛନ୍ତି ଏମାନେ । କରୋନା ଯୋଗୁଁ ସମସ୍ତେ ଘରେ ରହିବାକୁ ନିଦେଶ ଥୁବାବେଳେ ଲୋକମାନେ ବ୍ୟାଙ୍କରେ ଗହଳି ଯୋଗୁଁ ସେଠାକୁ ବି ଯାଇ ପରୁ ନାହାନ୍ତି। ଅଥଁର ଆବଶ୍ୟକତା ଥୁଠିବାବେଳେ ସେମାନଙ୍କୁ ସହାୟତାର ହାତ ବଢ଼ାଉଛନ୍ତି ବ୍ୟାଙ୍କ ମିତ୍ର। ନିଜ ଜୀବନକୁ ପାଣି ଛଡାଇ ସକାଳ ୭ ଟାରୁ ସଂଧ୍ୟ୍ୟା ପର୍ଯ୍ୟନ୍ତ ଅହରହ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି। ଇଣ୍ଡିଆନ ବ୍ୟାଙ୍କର ଏହି ବ୍ୟାଙ୍କ ମିତ୍ରମାନେ ଗାଁ ଗାଁ ବୁଲି ଲୋକଙ୍କ ଟଙ୍କା ଦେଣନେଣରେ ସାହାଯ୍ୟ କରୁଛନ୍ତି । କାଳିଆ ଯୋଜନାଠାରୁ ଆରମ୍ଭ କରି ପିଏମ୍‌ କିଷାନ, ଉଜ୍ବଳାଯୋଜନା, ନିମାଣ ଶ୍ରମିକ ଯୋଜନାରେ ସରକାର ହିତାଧୂକାରୀଙ୍କ ଆକାଉଂଟକୁ ଟଙ୍କା ଦେଉଥିବାବେଳେ ହିତାଧୂକାରୀ ବ୍ୟାଙ୍କରେ ଧାଡି ନ ଲଗାଇ ବ୍ୟାଙ୍କ ମିତ୍ରଙ୍କ ଠାରୂ ନିଜ ଗାଁରେ ଟଙ୍କା ଉଠାଣ କରିପାରୁଛି । ଖରା,ବର୍ଷା ତଥା କରୋନା ସଂକ୍ରମଣକୁ ଖାତିର ନ କରି ଏମାନେ ନିଜ ଜୀବନକୁ ବାଜି ଲଗାଇ ଅହରହ ଲୋକଙ୍କ ସେବା କରି ଚାଲିଛନ୍ତି । ଏପରିକି ଗାଁ ଗାଁରେ ଲୋକଙ୍କୁ ମାସ୍କ ପିନ୍ଧିବା, ସାନିଟାଇଜରରେ ହାତ ସଫା କରିବା ସମ୍ପର୍କରେ ସଚେତନ କରାଉଛନ୍ତି ।

ଗଣିଆରେ ଥିବା ଇଣ୍ଡିଆନ ବ୍ୟାଙ୍କରେ ବ୍ରଜକିଶୋର ସାହୁ, ମାନସ କୁମାର ବେହେରା, ରମେଶ କୁମାର ମିଶ୍ର ପ୍ରଫୁଲ୍ଲ ରାଉଳ, ରମେଶ କୁମାର ସାହୁ ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ନିଷ୍ଠାପର କାର୍ଯ୍ୟରେ ଖୁସି ହୋଇ ବ୍ୟାଙ୍କ ମ୍ୟାନେଜର ବିପ୍ରପ୍ରସାଦ ଶବର, ସୁପରଭାଇଜର ସ୍ବାଧୀନ
ପୁରୋହିତ ଏମାନଙ୍କୁ ସମ୍ବ୍ରତୀତ କରିବା ସହିତ ମାସ୍କ ଓ ସାନିଟାଇଜର ବଂଟନ କରିଛନ୍ତି। ସରକାରଙ୍କ ଠାରୁ କୌଣସି ସହାୟତା ପାଇବାକୁ ଆଶା ନ ରଖୁ ଏମାନେ ନିଳ କାର୍ଯ୍ୟ ସମ୍ପାଦନ କରି ଚାଳିଛନ୍ତି।