ଖୋର୍ଦ୍ଧା: କୋରୋନା ମହାମାରୀ ଭିତରେ ବି ଆକ୍ସନ ମୁଡରେ କଟକ ଅବକାରୀ ଗୁଇନ୍ଦା ବିଭାଗ । ଜଟଣୀ ବାଇପାସ ଛକ ନିକଟରୁ ୧୦୫ ଗ୍ରାମ ବ୍ରାଉନସୁଗର ଜବତ । ଘଟଣାରେ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି । ଗିରଫ ହୋଇଥିବା ଯୁବକଙ୍କ ନାଁ ଶେଖ୍ ସରିଫ ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ମୁତାବକ, ବ୍ରାଉନସୁଗାର କାରବାର ନେଇ କୌଣସି ସୂତ୍ରରୁ ଅବକାରୀ ଗୁଇନ୍ଦା ବିଭାଗ ଖବର ପାଇଥିଲା । ପରେ ଚଢ଼ାଉ କରାଯାଇଥିଲା । ତେବେ ଜନଣୀ ବାଇପାସ ଛକରେ ଅଭିଯୁକ୍ତକୁ ଧରିଥିଲା ପୋଲିସ । ୧୦୫ ଗ୍ରାମ ବ୍ରାଉନସୁଗାର, ଏକ ପିସ୍ତଲ ଏବଂ ନଗଦ ୧୨ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ ଜଗଦୀଶ ଚନ୍ଦ୍ର ସାମଲ କହିଛନ୍ତି ।