Odia News Portal

ପୁରୀ ଜିଲ୍ଲାରେ ନୂତନ ସଙ୍ଗରୋଧ ପଲିସି ଲାଗୁ : ଜିଲାପାଳ

ପୁରୀ : ଜିଲ୍ଲା ପାଇଁ ହୋଇ ଥିବା ନୂତନ ସଙ୍ଗରୋଧ ପଲିସି ଅନୁଯାୟୀ ପୁରୀ ଜିଲ୍ଲାର ଗ୍ରାମାଞ୍ଚଳ କି ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡିଆ ବାଧ୍ୟତାମୂଳକ ଭାବେ ସାତ ଦିନ ଇନ୍ଷ୍ଟିଟ୍ୟୁସନଲ ସଙ୍ଗରୋଧରେ ରହିବେ ଏବଂ ଏହାପରେ ଲକ୍ଷଣ ନ ଥିବା ବ୍ୟକ୍ତି ଗୃହ ସଙ୍ଗ ରୋଧରେ ଆଊ ଚଉଦ ଦିନ ରହିବେ। ଘରେ ସୁବିଧା ନଥିବା ବ୍ୟକ୍ତି Institutional Quarantine ରେ ୧୪ ଦିନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅନୁମତି ରେ ରହି ପାରିବେ । ସହରାଂଚଳରେ ଘରେ ସୁବିଧା ଥିଲେ ଗୃହ ସଙ୍ଗରୋଧରେ ୨୧ ଦିନ ରହି ପାରିବେ ଏବଂ ସୁବିଧା ନ ଥିଲେ Paid କିମ୍ବା Institutional Quarantine ରେ ୧୪ ଦିନ ରହିବେ ଏବଂ ପରବର୍ତୀ ୭ ଦିନ ହୋମ Quarantineରେ ରହିବେ ।

ଆରୋଗ୍ୟ ସେତୁ ଆପର ବ୍ୟବହାର ସବୁ ଫେରନ୍ତା ମାନଙ୍କ ପାଇଁ ବାଧ୍ୟତା ମୂଳକ କରା ଯାଇଛି । ଆଶା କର୍ମୀ Home Quarntine ରେ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ପାଇଁ ସପ୍ତାହରେ ଅନ୍ୟୁନ ଦୁଇଥର ତାଙ୍କ ଘରକୁ ଯିବେ ଓ ଗ୍ରାମ ପଞ୍ଚାୟତ ନୋଡାଲ ଅଫିସର ନିଜ ପଞ୍ଚାୟତରେ ପ୍ରତି ଦିନ Randomly ୧୦% ଗୃହ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ଵିଷୟରେ ଯାଞ୍ଚ କରିବେ। Quarantine Centre ରୁ ଡିସ୍ଚାର୍ଜ ହେଉ ଥିବା ବ୍ୟକ୍ତି ମାନଙ୍କ ତଥ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶାକର୍ମୀ ଏବଂ ଗ୍ରାମ ପଂଚାୟତ ନୋଡାଲ ଅଧିକାରୀଙ୍କୁ ପ୍ରଦାନ କରିବେ।

ସହରାଂଚଳରେ ସ୍ଵଚ୍ଛ ସାଥୀ ଗୃହ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ଗୃହକୁ ଦିନକୁ ଦୁଇ ଥର ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ  ପରିଦର୍ଶନ କରିବେ। Institututional Quarantine ରୁ Discharge ହୋଇଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ANM ସପ୍ତାହକୁ ଦୁଇ ଥର ଯାଞ୍ଚ କରିବେ ।  ଗୃହ ସଂଗରୋଧରେ ଯିବା ପାଇଁ ଇଛୁକ ପ୍ରବାସୀ ଲିଖିତ ଅଣ୍ଡରଟେକିଙ୍ଗି ଦେବେ । ଗୁହ ସଂଗରୋଧରେ ଥିବା ସମୟ ରେ ନିୟମ ଉଲଙ୍ଗନ କଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।