Odia News Portal

ଓଡ଼ିଶାକୁ ପ୍ରଶଂସା କଲେ ଏନ୍‌ଡିଆରଏଫ ଡିଜି

ଓଡ଼ିଶାକୁ ପ୍ରଶଂସା କଲେ ଏନ୍‌ଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ। କହିଛନ୍ତି, ଓଡ୍ରାଫ ଓ ଓଡ଼ିଶା ଅଗ୍ନିଶମ ସେବାର ପ୍ରତିବଦ୍ଧତା ଓ ବୃତ୍ତିଗତ ଦକ୍ଷତାକୁ ନେଇ ଗର୍ବିତ । ସେମାନେ ଅନ୍ୟ ରାଜ୍ୟପାଇଁ ରୋଲ୍‌ ମଡେଲ । ଜାତୀୟ ହିତ ଦୃଷ୍ଟିରୁ ଅନ୍ୟ ରାଜ୍ୟଗୁଡିକୁ ସେମାନଙ୍କୁ ଅନୁସରଣ କରିବା ଦରକାର ବୋଲି କହିଛନ୍ତି । ପଶ୍ଟିମବଙ୍ଗରେ ଅମ୍ଫନରେ ବହୁ କ୍ଷୟକ୍ଷତି ହୋଇଛି। ପଶ୍ଚିମବଙ୍ଗ ଯାଇ ପୁନରୁଦ୍ଧାର କାମରେ ସହାୟତା କରୁଛନ୍ତି

ଓଡ୍ରାଫ ଓ ଓଡ଼ିଶା ଅଗ୍ନିଶମ ବିଭାଗର କର୍ମଚାରୀ। କୋଲକାତାରେ ନିୟୋଜିତ ଥିବା ଓଡ଼ିଶା ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ବିଦ୍ୟୁତ ପୁନରୁଦ୍ଧାର କାମକୁ ନେଇ କଳିଙ୍ଗ ଟିଭି ମୁଖ୍ୟ ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ ଏକ ଟ୍ଵିଟ୍‌ କରିଥିଲେ। ଏହି ଟ୍ଵିଟ୍‌ର ଉତ୍ତରରେ ଏନଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ, ଓଡ଼ିଶାକୁ ପ୍ରଶଂସା କରି ଓଡ୍ରାଫ ଓ ଅଗ୍ନିଶମ ସେବାର ପ୍ରତିବଦ୍ଧତା ଓ ବୃତ୍ତିଗତ ଦକ୍ଷତାକୁ ନେଇ ଗର୍ବିତ ବୋଲି କହିଛନ୍ତି।.