ଭୁବନେଶ୍ବର : ଆଜି ପଳାଶୁଣି ଦୁର୍ଗା ପୂଜା ମଣ୍ଡପ ଠାରେ ସାମାଜିକ ସଂଗଠନ ସମର୍ପିତ ଓଡିଶା ଓ କମିଶନରେଟ ପୋଲିସ ପକ୍ଷରୁ ପଳାଶୁଣି ଦୁର୍ଗା ପୂଜା ମଣ୍ଡପ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ଦ୍ୱାରା ଉକ୍ତ ଶିବିରରୁ ରକ୍ତ ସଂଗୃହୀତ ହୋଇଥିଲା।
କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ନିରବଚ୍ଛିନ୍ନ ଭାବେ ଖବର ପରିବେଷଣ କରୁଥିବା ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା ଏବଂ କମିଶନରେଟ ପୋଲିସର ଏସିପି ଶ୍ରୀ ଲଳିତେନ୍ଦୁ ମହାନ୍ତି ଙ୍କୁ ୩ବର୍ଷ ଧରି ରକ୍ତଦାନ ଶିବିର ନିରନ୍ତର ଭାବେ ଆୟୋଜନ କରିଆସୁଥିବାରୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ମହିଳା ଶିଶୁ କଲ୍ୟାଣ ବିଭାଗ, ଓଡିଶା ସରକାରଙ୍କ ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ , ବରିଷ୍ଠ ସାମ୍ବାଦିକ ଗୌତମ ବୁଦ୍ଧ ଦାସ, ସମାଜସେବୀ ପ୍ରକାଶ ତ୍ରିପାଠୀ ସମର୍ପିତର ପ୍ରତିଷ୍ଠାତା ସଦାଶିବ ଜେନାଙ୍କ ସମେତ ସମର୍ପିତର ସମ୍ପାଦକ ବିସ୍ମୟ ରାଉତ, ରାଜେଶ ପରିଡା, ସୁଶୀଲକାନ୍ତ ପ୍ରଧାନ, ସାର୍ଥକ କୁମାର ପରିଡା
ଗଣମାଧ୍ୟମ ସଂଯୋଜକ ସୌମ୍ୟ ରଞ୍ଜନ ପ୍ରଧାନ, ସୌମେନ୍ଦ୍ର ଲେଙ୍କା ଓ ସଦସ୍ୟ ବିଶ୍ୱଜିତ ପ୍ରଧାନ, ଗଣେଶ ପରିଡା, ରାକେଶ ପରିଡା, ବିଶ୍ୱଜିତ ଲେଙ୍କା, କୃତିଦୀପ୍ତ ପରିଡା, ବଳରାମ ଭୋଇ, ଶୁଭ୍ରଜିତ ସାହୁ, ରିତେଶ ସାହୁ, ନିହାର ରଞ୍ଜନ ବେହେରା, ବିକାଶ ଲେଙ୍କା, ତୁଷାର ରଞ୍ଜନ ବେହେରା, ପ୍ରଦୋଷ, ସାହୁ, ସୁସାନ୍ତ ପ୍ରଧାନ,ସାଇ ଶୁଭମ ଓ ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।