Odia News Portal

ପାଇକା ନଦୀ କୂଳରେ ଚାରୋଟି ଖପୁରି ଜଵତ

ଜଗତସିଂହପୁର : ଜଗତସିଂହପୁର ତିର୍ତ୍ତୋଲ ଥାନା ଅଧିନସ୍ଥ କ୍ରୀଷ୍ଣନାଦପୁର ଫାଣ୍ଡି ଅନ୍ତର୍ଗତ ପାଇକା ନଦୀ କୂଳରେ ଚାରୋଟି ଖପୁରି ପଡିଥିବା ନେଇ ପୋଲିସକୁ ଖବର ମିଳିଥିଲା । ଘଟଣା ସ୍ଥଳରେ ପୋଲିସ ପହଂଚି ଖପୁରି ସବୁକୁ ଜବତ କରିଛନ୍ତି । ସେଠାରେ କୌଣସି ତନ୍ତ୍ର ପୂଜା ହୋଇଥିବା ସନ୍ଦେହ କରି ପୋଲିସ ଜଣେ ସ୍ଥାନୀୟ ପୂଜକଙ୍କୁ ହାଜତକୁ ଆଣି ପଚରାଉଚୁରା ଜାରି ରଖିଥିଲେ । କିନ୍ତୁ ତାଙ୍କ ନିକଟରୁ ସେପରି କୌଣସି ତଥ୍ୟ ନମିଳିବାରୁ ତାଙ୍କୁ ଛାଡି ଦିଆଯାଇଥିଲା ।

ପୋଲିସ ଜବତ କରିଥିବା ଖପୁରି ଗୁଡିକୁ ମାଟି ତଳେ ପୋତି ଦେଇଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରଖିଛି । ପ୍ରାଥମିକ ତଦନ୍ତ ଓ ଗ୍ରାମବାସୀଙ୍କୁ ପଚରାଉଚୁରାରୁ ଏହା ଏକ ତନ୍ତ୍ରପୂଜା ବୋଲି ଜଣା ପଡିଛି । ଖପୁରି ସମେତ ନଦୀକୂଳରେ ପୋଲିସଙ୍କୁ କଳଶ, ପୂଜା ହୋଇଥିବା କିଛି ଫୁଲ ମଧ୍ୟ ମିଳିଥିଲା । କିନ୍ତୁ ଖପୁରି ଗୁଡିକ କେଉଁଠୁ ଆସିଲା ସେନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ ।