Odia News Portal

ଆଶାକର୍ମୀ ଓ ଅଙ୍ଗନୱାଡି ଦିଦିଙ୍କୁ କରୋନା ଯୋଦ୍ଧା ସମ୍ମାନ

ଭୁବନେଶ୍ବର : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ କରୋନା ଯୋଦ୍ଧାଙ୍କୁ ତାଙ୍କର ସେବାକାର୍ଯ୍ୟ ପାଇଁ ଉତ୍ସାହିତ ଓ ସମ୍ମାନ ଜଣାଇ ଟିମ୍ ର ପ୍ରକାଶ ତ୍ରିପାଠୀ ତରଫରୁ ଭିଏସସନଗର ଓ ବାଣୀବିହାର ୱାର୍ଡ଼ ନମ୍ବର ୧୧ ଓ ୧୭ ଅଞ୍ଚଳରେ ଲକ୍ ଡାଉନ୍ ସମୟରେ ନିଜ ଜୀବନକୁ ବାଜି ଲଗାଇ ନିରନ୍ତର ସେବା ଯୋଗାଉଥିବା ସମସ୍ତ ୨୦ ଜଣ ଅଙ୍ଗନବାଡ଼ି ଦିଦି ସୌଦାମିନୀ ମହାପାତ୍ର, ସଂଯୁକ୍ତା ମଲ୍ଲିକ, ସଙ୍ଗୀତା ଦାଶ, ସଂଜୁଲା ପଟ୍ଟନାୟକ, ବୀଣାପାଣି ଦାସ, ଓ ସମସ୍ତ ସହାୟିକା ଓ ସ୍ଵାସ୍ଥ୍ୟ କର୍ମୀ ଆଶାଦିଦି ମାନଙ୍କୁ “କରୋନା ଯୋଦ୍ଧା ସମ୍ମାନ ସମ୍ମାନିତ କରାଯିବା ସହିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଯୁବନେତା ଡଃ ପ୍ରକାଶ ତ୍ରିପାଠୀ, ବିଜେଡି ନେତା ସତ୍ୟବ୍ରତ ପାତ୍ର ,ବରିଷ୍ଠ ନାଗରିକ ଇ୦ ଶିବ ପ୍ରସାଦ ମିଶ୍ର, ରବୀନ୍ଦ୍ର ଦାଶ, ସୌମ୍ୟ ରଞ୍ଜନ ପ୍ରଧାନ, ଦୀପକ ନାୟକ, ନଳିନୀ ବେହେରା, ନରେନ୍ଦ୍ର ବିଶ୍ଵାଳ, ଅକ୍ଷୟ ସ୍ବାଇଁ ,ଶିବାନନ୍ଦ ତାଡ଼, ସନ୍ତୋଷ ସାହୁ, ସର୍ବାଯିତ୍ ସାହୁ, କମଳା କାନ୍ତ ରାଉତରାୟ, ଅନନ୍ତ ରେଡ୍ଡୀ, ବିନୋଦ ସାହୁ, ସୁଶାନ୍ତ ମୁଦୁଲି, ନଣ୍ଡା, ବିଲ, ସୋମ, ମହିଳା ବିଜେଡି ନେତ୍ରୀ ମନୋରମା ସିଂ ପାତ୍ର, ଇସା ମହାନ୍ତି, ସୁଚିତ୍ରା ବେହେରା ,ପୁଷ୍ପଲତା ନାୟକ, ପୁଷ୍ପଲତା ରାଉଳ ,ଦ୍ରୌପଦୀ ଦେବୀ, ସ୍ନେହଲତା ମୁଦୁଲି , ସବନମ୍ ବେଗମ ପ୍ରମୁଖ ଯୋଗଦାନ କରିଥିଲେ।