Odia News Portal

ହାଟ ବଜାରରେ ବୁଲି ବୁଲି ସଚେତନତାର ବାର୍ତ୍ତା ଵାଣ୍ଟିଲେ ଥାନା ଅଧିକାରୀ

କେନ୍ଦ୍ରାପଡା : ହାତରେ ଡାକବାଜି ଯନ୍ତ୍ର । ସାଙ୍ଗରେ ପୋଲିସ ଫଉଜ । ହାଟ ବଜାରରେ ବୁଲି ବୁଲି ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ତାଳଚୂଆ ସାମୁଦ୍ରିକ ଥାନା ଅଧିକାରୀ । ପଞ୍ଚମ ପାଳିର ଲକଡାଉନ ସମୟରେ ଲୋକେ କ’ଣ କରିବେ ଓ କ’ଣ ନକରିବେ ତାହା ସୂଚନା ଦେଇଛନ୍ତି । ଏହାର ଅବମାନନା କଲେ ଦଣ୍ଡ ବିଧାନ ଶୁଣାଇଛନ୍ତି । ପଞ୍ଚମ ପାଳିରେ ଲକଡାଉନ ନିତୀରେ ସରକାର ଅନେକ କୋହଳ କରିଛନ୍ତି । ଏହି କୋହଳର ଖବର ପାଇ ଲୋକେ ପୁଣି ହାଟ ବଜାରରେ ଭିଡ ଲଗାଇଲେଣି । ରହୁନି ସମାଜିକ ଦୂରତ୍ବ । ମୁହଁରୁ ଖୋଲି ଦେଲେଣି ମାକ୍ସ । ଲୋକ ମାନଙ୍କର ଏପରି କାରବାର ପୁଣି କରୋନାକୁ ନିମନ୍ତ୍ରଣର ସୁଯୋଦ ଦେବାକୁ ଲାଗିଲାଣି ।

ଏପରି ସ୍ଥିତିରେ ଜନ ସଚେତନତାର ଆବଶ୍ୟକତା ଅନୁଭବ କରି ରାଜରାସ୍ତାକୁ ଓହ୍ଲାଇ ଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ତାଳଚୂଆ ସାମୁଦ୍ରିକ ଥାନା ଆଇଆଇସି ଶ୍ରୀକାନ୍ତ ବାରିକ । ପୋଲିସ ଗାଡିରୁ ଓହ୍ଲାଇ ହାତରେ ଡାକବାଜି ଯନ୍ତ୍ରଧରି ନିଜେ କରୋନା ସଚତନତାର ପ୍ରଚାର ପ୍ରସାରରେ ଲାଗିଛନ୍ତି ଥାନା ଅଧିକାରୀ । ତିନି ଫୁଟର ସାମାଜିକ ଦୂରତ୍ବ ବଜାୟ ରଖିବା । ମାକ୍ସ ବ୍ୟବହାର କରିବା । ପାନଛେପ କି ଗୁଟଖା ଛେପ ବାହାରେ ନଫିଙ୍ଗିବା । ହାଟରେ ବାହାରେ ବସୁଥିବା ବ୍ୟବସାୟୀମାନେ ୧୦ ଫୁଟ ଦୂରତ୍ବ ବଜାୟ ରଖିବାକୁ ନିବେଦନ କରିଛନ୍ତି । ଯଦି କେହି ବିନା ମାକ୍ସରେ ବାହାରେ ବୁଲିବାର ହାବୁଡରେ ପଡନ୍ତି ତେବେ ତାଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରିବାକୁ ତାଗିଦ୍ କରିଛନ୍ତି ।

ଏହାଛଡା ଯଦି କେହି ବାହାରେ ପାନଛେପ କିମ୍ବା ଗୁଟଖା ଛେପ ଫିଙ୍ଗିବାର ଧରାପଡନ୍ତି ତେବେ ତାଙ୍କୁ ୫୦୦ ଟଙ୍କା ପ୍ରଥମ ଓ ଦ୍ବିତୀୟ ଥର ପାଇଁ ଦେବାକୁ ହେବ । ତୃତୀୟ ଥର ଧରାପଡିଲେ ଜରିମାନାର ପରିମାଣ ୧୦୦୦ ଦେବାକୁ ହେବ । ଘରେ ଓ ବାହାରେ ସରକାରଙ୍କର କୋଭିଡ ନିୟମକୁ ନମାନିଲେ ପୁଣି ଯେ କରୋନା ମାଡି ନବସିବ ତାହା କିଏବା କହିବ ? ଥାନା ବାବୁଙ୍କର ଏହି ପଦକ୍ଷେପ ସାରା କେନ୍ଦ୍ରାପଡା ଜିଲ୍ଲାରେ ଚର୍ଚ୍ଚିତ ହେବାରେ ଲାଗିଛି ।