Odia News Portal

ଏକସଙ୍ଗେ ଜଳିଲା ୪ଜଣଙ୍କ ଜୁଇ

ପୁଅର ମୃତ୍ୟୁରେ ଛାରଖାର ହୋଇଛି ପରିବାର। ଏକସଙ୍ଗେ ଜଳିଲା ୪ଜଣଙ୍କ ଜୁଇ। ସାନପୁଅର ମୃତ୍ୟୁ ପରେ ମ୍ରିୟମାଣ ହୋଇପଡ଼ିଥିଲେ ପରିବାରର ଲୋକ। ଝାରସୁଗୁଡ଼ା ଲହଣ୍ଡାବୁଡ଼ ଅଞ୍ଚଳର ଗୋଟିଏ ପରିବାରର ପୁଅର ମୃତ୍ୟୁ ହେବା ପରେ ଫିନାଇଲରେ ପାରାସାଇଟ ମିଶାଇ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପରିବାରର ୫ଜଣ ସଦସ୍ୟ। ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସକାଳେ ଜଣେ ପୁଅର ମୃତ୍ୟୁ ହୋଇଥିବା ବେଳେ ଆଜି ଭଉଣୀ ଓ ମାଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ଉଭଣୀଙ୍କ ଅବସ୍ଥା ଏବେବି ସଙ୍କଟାପନ୍ନ ରହିଛି। ଜିଲ୍ଲାପ୍ରଶାସନର ନିର୍ଦ୍ଦେଶ କ୍ରମେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୪ଜଣ ଦାହ ସଂସ୍କାର କରାଯାଇଛି। ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ବିଟିଏମ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ କରାଯାଇଛି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।