ଭୁବନେଶ୍ୱର : ସମାଜସେବୀ ମିଲନ୍ କୁମାର ପାଇକରାୟଙ୍କ ନେତୃତ୍ୱରେ ନୟାପଲ୍ଲୀ ୱାର୍ଡ଼ ନଂ-୩୯ ଅଧିନରେ ଥିବା ଶାସ୍ତ୍ରୀନଗର କମ୍ୟୁନିଟି ହଲ୍ରେ ୩୭, ୩୮, ୩୯ ନଂ ୱାର୍ଡ଼ର ୱାର୍ଡ ଅଫିସର୍, କମ୍ୟୁନିଟି ଅର୍ଗାନାଇଜର୍, ସାନିଟାରୀ ଇନିସ୍ପେକ୍ଟର୍, ୱାର୍ଡ଼ ସୁପର୍ଭାଇଜର୍, ଷ୍ଟ୍ରିଟ୍ ଲାଇଟ୍ ଦାୟୀତ୍ୱରେ ଥିବା ସୁପର୍ ଭାଇଜର୍, ନୂଆସାହି ଅଙ୍ଗନୱାଡି ୱାର୍କର୍, ହେଲ୍ପର୍, ଏ.ଏନ୍.ଏମ୍, ଶାସ୍ତ୍ରୀନଗର ଅଙ୍ଗନୱାଡି କେନ୍ଦ୍ରର ୱାର୍କର୍, ହେଲ୍ପର୍ ଓ ଶାସ୍ତ୍ରୀନଗର କମ୍ୟୁନିଟି ସେଂଟର୍ ରକ୍ଷଣାବେକ୍ଷଣ ଦାୟୀତ୍ୱରେ ଥିବା ସୁପର୍ଭାଇଜର୍ଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାହିଁକିନା କରୋନା ସମୟରେ ଏମାନଙ୍କର ସାହସିକତା କାର୍ଯ୍ୟ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛି ।
ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମଧ୍ୟ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ
କାର୍ଯ୍ୟରେ ଉତ୍ସାହିତ ଓ ସେମାନଙ୍କର କାର୍ଯ୍ୟଶୈଳୀକୁ ଅନୁସରଣ କରି ସେମାନଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ହୋଇ ଶାସ୍ତ୍ରୀନଗର ଉନ୍ନୟନ ପରିଷଦର ସଭାପତି ଗିରିଜା ନନ୍ଦନ ମହାନ୍ତି, ସାଧାରଣ ସମ୍ପାଦକ ଅଶୋକ କୁମାର ବେହେରା, ଶାସ୍ତ୍ରୀନଗର ମହିଳା ସାମାଜିକ ସାଂସ୍କୃତିକ ପରିଷଦର ସଭାପତି ପ୍ରେମଲତା ତ୍ରିପାଠି, ସାଧାରଣ ସମ୍ପାଦିକା ରଜନୀ ରାଣୀ ରାଜହଂସ, ଉପସଭାପତି
ଉତ୍ତମା ପ୍ରହରାଜ, ମହିଳା ମହାସଂଘର ସଭାପତି କୃଷ୍ଣପ୍ରିୟା ପାଣିଗ୍ରାହୀ, କୋଷାଧ୍ୟକ୍ଷ ପ୍ରତିମା ମିଶ୍ର, ସମାଜସେବୀ ମନୋରଂଜନ ନାୟକ ପ୍ରମୁଖ ଉପସ୍ଥିତ ରହି କୋରନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଅନୁଜ ଚନ୍ଦନ ନାୟକ, ସୁମନ କୁମାର ଜେନା, ରାକେଶ କୁମାର ଜାଲି, ଶିବ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସାନିଟାଇଜ୍ କରି ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।