ଭୁବନେଶ୍ୱର : ରାଜ୍ୟ ପାଇଁ ଖୁସି ଖବର । ଏକା ସାଙ୍ଗରେ ସୁସ୍ଥ ହେଲେ ୧୨୩ କରୋନା ଆକ୍ରାନ୍ତ। ଟ୍ବିଟ କରି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ । ଏମାନଙ୍କ ମଧ୍ୟରେ ଗଞ୍ଜାମର ୩୫, କଟକର ୨୨ ଜଣ, ନୂଆପଡାର ୧୪ ଜଣ, ବଲାଙ୍ଗିର ୧୪ ଜଣ, ଖୋର୍ଦ୍ଧାରୁ ୧୦ ଜଣ, କନ୍ଧମାଳରୁ ୭ ଜଣ, କୋରାପୁଟରୁ ୫ ଜଣ, କେନ୍ଦ୍ରାପଡାରୁ ୪ ଜଣ, ବାଲେଶ୍ବର, ଢେଙ୍କାନାଳ, ନୟାଗଡରୁ ୩ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି, ସେହିଭଳି ଅନୁଗୁଳ, ମୟୂରଭଞ୍ଜ ଓ ସୁନ୍ଦରଗଡରୁ ଜଣେ ଲଖାଏଁ ସୁସ୍ଥ ହୋଇଛନ୍ତି। ଯାହା ଆଜି ପର୍ଯ୍ୟନ୍ତ ସୁସ୍ଥ ହୋଇଥିବା ସଂଖ୍ୟାଠାରୁ ସର୍ବାଧିକ ରେକର୍ଡ ସୃଷ୍ଟି କରିଛି ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ବର୍ତ୍ତମାନ ଓଡିଶାର ସୁସ୍ଥଙ୍କ ସଂଖ୍ୟା ୧୬୦୪ରେ ପହଞ୍ଚିଛି । ଏହି ସୁସ୍ଥ ସଂଖ୍ୟାକୁ ଟ୍ବିଟ କରି କରୋନା ଯୋଦ୍ଧାଙ୍କ ନିସ୍ବାର୍ଥପର ସେବାକୁ ସାଲ୍ୟୁଟ କରିଛି ସ୍ବାସ୍ଥ୍ୟ ବିଭାଗ ।
ସେହିଭଳି ଆଜି ରାଜ୍ୟରେ ଆଉ ୧୩୦ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବାବଦରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ ଛୁଇଁଛି । ସମସ୍ତ ଆକ୍ରାନ୍ତ ୨୧ ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪ ଜଣ କ୍ଵାରେ ଣ୍ଟିଂନ ସେଣ୍ଟରର ହୋଇଥିବା ବେଳେ ୬ ଜଣ ସ୍ଥାନୀୟ ବାସିନ୍ଦା ।ଏହା ସହ ଜଣେ ୬୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।