Odia News Portal

ଦିନ ଦ୍ବିପ୍ରହରେ ଚାଲିଥିଲା ଦେହ ବେପାର, ୯ ଜଣଙ୍କୁ ଗିରଫ କଲା ପୋଲିସ

ସମ୍ବଲପୁର : ଧନୁପାଲି ଥାନା ଅନ୍ତର୍ଗତ ଭତରା ଅଞ୍ଚଳରୁ ପୋଲିସ ଏକ ସେକ୍ସ ରାକେଟ ଠାବ କରିଛି। ଏହି ରାକେଟରେ ଜଡିତ ଥିବା ୯ ଜଣଙ୍କୁ ପୋଲିସ ଗିରଫ କରିଛି। ରାକେଟର ମୁଖ୍ୟ ବା ରାଣୀ ମହୁମାଛି ତପସ୍ଵନି ବେହେରାକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଦୀର୍ଘ ଏକ ବର୍ଷ ହେବ ଏହି ଘରେ ସେକ୍ସ ରାକେଟ ଚାଲିଥିଲା।

ସ୍ଥାନୀୟ ଲୋକେ ପୋଲିସକୁ ଏନେଇ ସୂଚନା ମଧ୍ୟ ଦେଇଥିଲେ। ଆଜି କିଛି ଯୁବକ ଉକ୍ତ ଘରକୁ ଯାଇଥିବା ବେଳେ ପୋଲିସ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଏହି କାରବାରରେ ଜଡିତ ଥିବା ୩ ଜଣ ଯୁବତୀ ଓ ୫ ଜଣ ଯୁବକକୁ ପୋଲିସ ଉକ୍ତ ଘରୁ ଅସଂଯତ ଅବସ୍ଥାରେ ଉଦ୍ଧାର କରି ଗିରଫ କରିଥିଲା। ପୋଲିସ ଉକ୍ତ ଘରୁ ବହୁ ଆପତ୍ତିଜନକ ଜିନିଷ ମଧ୍ୟ ଜବତ କରିଛି।