Odia News Portal

ଏମ୍ସରେ ୪ଟି ବିଭାଗରୁ ୪ଜଣ ଡାକ୍ତର କରୋନା ପଜିଟିଭ

ଭୁବନେଶ୍ଵର : ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ତେବେ ଏଥିମଧ୍ୟରୁ ବାଦ ପଡୁନାହାନ୍ତି ଡାକ୍ତର । ମିଳିଥିବା ଖବର ଅନୁଯାୟୀ AIIMSର ଚାରିଟି ବିଭାଗର ୪ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ ଏହି ୪ଟି ବିଭାଗ ମଧ୍ୟରେ ପାଥୋଲୋଜି ଓ ସର୍ଜରୀ ବିଭାଗରୁ ଦୁଇଜଣ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ବେଳେ ଡର୍ମାଟୋଲୋଜି ବିଭାଗରୁ ଜଣେ ଓ ଫାର୍ମାକୋଲୋଜି ବିଭାଗରୁ ଜଣେ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।