ଭୁବନେଶ୍ବର : ରାଜ୍ୟରେ ଦିନକୁଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଏହା ମଧ୍ୟରେ କଏକ ଅଶ୍ଵସ୍ତି ଖବର ହେଉଛି କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା । ଆଜି ରାଜ୍ୟରେ ୧୬ଟି ଜିଲ୍ଲାରୁ ୧୪୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି । ୧୪୦ ଜଣ ସୁସ୍ଥ ହେବ ସହ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୧୩୩କୁ ବୃଦ୍ଧି ପାଇଛି ।
ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ କଟକ ଜିଲ୍ଲାରୁ ୨୪ଜଣ, ଗଞ୍ଜାମରୁ ୨୨, ନୂଆପଡ଼ାରୁ ୨୧, ଖୋର୍ଦ୍ଧାରୁ ୧୧ଜଣ, ଜଗତସିଂହପୁରରୁ ୧୧ଜଣ, ସୁନ୍ଦରଗଡ଼ରୁ ୮ଜଣ, ବଲାଙ୍ଗୀର ଓ ଭଦ୍ରକ ଜିଲ୍ଲାରୁ ୭ଜଣ ଲେଖାଏଁ, ଢ଼େଙ୍କାନାଳରୁ ୫ଜଣ, ବରଗଡ଼, କେନ୍ଦ୍ରପଡ଼ା ଓ ସମ୍ବଲପୁର ୩ଜଣ ଲେଖାଏଁ, ବାଲେଶ୍ବର ଓ ପୁରୀ ଜିଲ୍ଲାରୁ ୨ଜଣ ଲେଖାଏଁ ସଂକ୍ରମିତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଟ୍ବିଟ୍ ଦ୍ୱାରା ଜଣାଇଛି ।