ଭୁବନେଶ୍ବର : ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନଵୀନ ପଟନାୟକଙ୍କ ଆହ୍ବାନ ଓ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ମାର୍ଗଦର୍ଶନରେ ଜୁନ ମାସର ସତର୍କତାକୁ ଦେଖି ଆଜି ସମାଜସେବୀ ତଥା ୱାର୍ଡ ନଂ- ୨୨ର ବିଜେଡି ସଭାପତି ଆଲୋକ କୁମାର ପାଣିଗ୍ରାହୀଙ୍କ ଟିମ ନେତୃତ୍ୱରେ ଏହି ୱାର୍ଡରେ ଥିବା ଭରତପୁର ପୋଲିସ ଫାଣ୍ଡିକୁ ସାନିଟାଇଜେଶନ କରାଯିବା ସହିତ ଏଠାରେ କିଛି ଲୋକଙ୍କୁ ସଚେତନ କରାଯାଇଥିଲା ।
ଆଗକୁ ସମ୍ପୂର୍ଣ୍ଣ ୱାର୍ଡକୁ ସାନିଟାଇଜେଶନ କରାଯିବା ସଙ୍ଗେ ଲୋକଙ୍କୁ ମଧ୍ୟ ସଚେତନତା କରାଯିବ। ଏଥିରେ ବିଜୁ ଯୁବବାହିନୀର ସଭାପତି ଏସ ଦିଲେସ ରାଓ, ବଜରଙ୍ଗି କ୍ଳବର ରବୀନ୍ଦ୍ର,ବିଳାଶ, ଟୁଟୁ, ରୋହିତ ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।