Odia News Portal

କେବେ ହେବ ମୁକୁଳା ପଡ଼ିଥିବା ଟ୍ରାନ୍ସଫରମର୍ ଚତୁଃପାର୍ଶ୍ଵର କାମ

ଭୁବନେଶ୍ବର : ୱାର୍ଡ ନଂ-୩୯ ଅଧିନରେ ଥିବା ଶାସ୍ତ୍ରୀନଗର, ନୂଆସାହି ଓ ବାଲିତୋଟା ସାହିରେ ଅତି ବିପଦଜନକ ଅବସ୍ଥାରେ
ଥିବା ଟ୍ରାନ୍ସଫର୍‌ମର୍ ଚାରିପାଖେ ପ୍ରାଚେରୀ ନିର୍ମାଣ ଓ ଗେଟ୍ ଲଗାଇବା ସହ ଚତୁଃପାର୍ଶ୍ଵକୁ ସଫା କରିବା ପାଇଁ ବହୁପୂର୍ବରୁ
ସମାଜସେବୀ ତଥା ମହାବୀର ସାମାଜିକ ସଂଗଠନର ସାଧାରଣ ସମ୍ପାଦକ ମିଲନ କୁମାର ପାଇକରାୟ ବାରମ୍ବାର ସେସୁ
କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଆକର୍ଷଣ କରିଆସିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ବିଗତ ଦିନରେ କିଛି ଗାଇଗୋରୁ
ମୁକୁଳା ପଡ଼ିଥିବା ଟ୍ରାନ୍ସଫର୍‌ମର୍ ଚାରିପାଖେ ଘାସ, ଗଛ ପତ୍ର ଖାଇବା ଆଶାରେ ଯାଇ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ ମଧ୍ୟ
କରିଛନ୍ତି । ପୁନର୍ବାର ଆଜି ସେସୁର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ମଧ୍ୟ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ସମାଜସେବୀ ଶ୍ରୀ ପାଇକରାୟ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି ।

ଖୁବ୍ ଶୀଘ୍ର ୱାର୍ଡ ନଂ-୩୯ ଅଧିନରେ ଥିବା ଶାସ୍ତ୍ରୀନଗର, ନୂଆସାହି ଓ ବାଲିତୋଟା ସାହିରେ ମୁକୁଳା ପଡ଼ିଥିବା ଟ୍ରାନ୍ସଫର୍‌ମର୍ ଚତୁଃପାଶ୍ୱର୍ରେ ପ୍ରାଚେରୀ ନିର୍ମାଣ, ଗେଟ୍ ଲାଗିବା ସହ ତାହାର ଚତୁଃପାର୍ଶ୍ଵକୁ ସଫା ସୁତୁରା କରାଯିବ ବୋଲି ବିଧାୟକ ଶ୍ରୀ ଜେନା ଓ ସେସୁର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଉପେନ୍ଦ୍ର ଭଞ୍ଜ ଖାଡ଼େଙ୍ଗା ପ୍ରତିଶ୍ରୁତି ଦେଇଛନ୍ତି । ଏହି ଉଦ୍ଦେଶ୍ୟରେ ସମାଜସେବୀ ଶ୍ରୀ ପାଇକରାୟ ଓ ଅଞ୍ଚଳବାସୀଙ୍କ ତରଫରୁ ବିଧାୟକ ଶ୍ରୀ ଜେନା ଓ ସେସୁର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅନୁରୋଧପତ୍ର ଦେବା ସମୟରେ ମହାବୀର ସାମାଜିକ ସଂଗଠନର ସଦସ୍ୟ ସୁମନ କୁମାର ଜେନା ମଧ୍ୟ ଉପସ୍ଥିତ ଥିଲେ ।