Odia News Portal

ସାମାଜିକ ଦୂରତା ନିୟମ ଉଲ୍ଲଂଘନ : ଭୁବନେଶ୍ବରର ୨୦ ସପିଂ ମଲ୍ ସିଲ

ଭୁବନେଶ୍ବର : କଟକ ପରେ ଭୁବନେଶ୍ୱରରେ ଅମ୍ବର ସୋରୁମ୍‌ ସିଲ । ଜନପଥରେ ଥିବା ଅମ୍ବର ସୋରୁମ୍‌କୁ ସିଲ୍‌ କରିଛି ବିଏମ୍‌ସି । କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଗତକାଲି କଟକରେ ଥିବା ଅମ୍ବର ଏନ୍‌ଏକ୍ସ ସୋରୁମ୍‌କୁ ସିଲ୍‌ କରିଥିଲା କଟକ ମହାନଗର ନିଗମ ।

ଜନପଥ ଅମ୍ବର ସମେତ ଭୁବନେଶ୍ୱରରେ ଆଉ କିଛି ଦୋକାନ ଉପରେ ବି କାର୍ଯ୍ୟାନୁଷ୍ଠାନ ନେଇଛି ବିଏମ୍‌ସି । ରବି ଟକିଜ ସ୍କୋୟାରରେ ଥିବା ଭାଇ ଭାଇ ଟିଫିନ୍‌ ସେଣ୍ଟର, ଏକାମ୍ର ରୋଡରେ ଥିବା ଓମ୍‌ଫେଡ୍‌ ବୁଥ୍‌, ଫାବ୍‌ ଇଣ୍ଡିଆ ସୋ ରୁମ୍‌, ଲିଙ୍ଗରାଜ ଲସି ଏବଂ ଭୁବନେଶ୍ୱର ସହିଦନଗରରେ ଥିବା ଦୁଇଟି ହୋଟେଲ୍‌ ବି ସିଲ୍‌ କରିଛି ବିଏମ୍‌ ସି ସାମାଜିକ ଦୂରତାର ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହୋଇଛି । ରଜ ପାଇଁ ଏବେ ବଜାରରେ ଭିଡ଼ । ଏତିକିବେଳେ ଏହି ମଲମାନଙ୍କରେ  ଗ୍ରାହକ ଓ ମାଲିକ କେହି ମାନି ନଥିଲେ ସାମାଜିକ ଦୂରତା ।