ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ୭୨ କରୋନା ଆକ୍ରାନ୍ତ ସୁସ୍ଥ । ଏମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୧୭, ସୋନପୁରର ୯, ବଲାଙ୍ଗିରର ୭, ଜଗତସିଂହପୁରର ୬, କଟକ, କଳାହାଣ୍ଡି ଓ ସୁନ୍ଦରଗଡର ୫ ଲଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି ବାଲେଶ୍ବର ମୟୂରଭଞ୍ଜରୁ ୪ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି।
ଏହା ସହିତ ଖୋର୍ଦ୍ଧା,କନ୍ଧମାଳ,ସମ୍ବଲପୁର ରୁ ୩ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି ଓ ଝାରସୁଗୁଡାରୁ ଜଣେ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ଟ୍ବିଟ କରି ସୂଚନା ଦେଇଛି। ବର୍ତ୍ତମାନ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୩୫୪କୁ ବୃଦ୍ଧି ପାଇଛି ।