Odia News Portal

ରଜପର୍ବ ଆଉଥରେ ଆସିବ, କିନ୍ତୁ ଆପଣଙ୍କ ଜୀବନ ନୁହେଁ

ଭୁବନେଶ୍ୱର : ରଜ ପର୍ବ ଆଉ ଥରେ ଆସିବ ଏହାକୁ ନେଇ ଆନନ୍ଦ ଉଲ୍ଲାସ କରିହେବ କିନ୍ତୁ କରୋନା ପ୍ରତିରୋଧ ପାଇଁ ସତର୍କତା ଅବଲମ୍ବନ ନକଲେ ଅବାଧକ ରଜ ବଜାର ଅନେକଙ୍କୁ ସଂକ୍ରମିତ କରିଦେଇପାରେ । ଏହି ଉଦ୍ଦେଶ୍ୟରେ ଭୁବନେଶ୍ୱର ମହାନଗର ନିଗମ ତରଫରୁ ସ୍ୱତନ୍ତ୍ର ସଚେତନତା ବାର୍ତା ଯାହାକି – ଗହଳି ଥିବା ଦୋକାନ ବା ବଜାରଠାରୁ ଦୂରରେ ରୁହନ୍ତୁ । ଗହଳିରୁ ରକ୍ଷାପାଇବାପାଇଁ ପୂର୍ବରୁ ଯଥା ସମ୍ଭବ ଫାଙ୍କା ସମୟରେ ସାମଗ୍ରୀ କ୍ରୟ କରିବାପାଇଁ ଯୋଜନା କରନ୍ତୁ ଇତ୍ୟଦି ପ୍ରଚାର କରାଯାଇଥିଲା । ଏଥି ନିମନ୍ତେ ଶୁକ୍ରବାର ସଂଧ୍ୟା ସମୟର ସମ୍ଭାବିତ ଗହଳିଠାରୁ ରକ୍ଷାପାଇବା ପାଇଁ ଶେଷ ସମୟ ପର୍ଯ୍ୟନ୍ତ ଅପେକ୍ଷା ନ କରି ଯଥେଷ୍ଟ ପୂର୍ବରୁ ସାମଗ୍ରୀ କ୍ରୟ କରନ୍ତୁ ଇତ୍ୟାଦି ଦିଆଯାଇଥିବାରୁ ଅନେକ ସ୍ଥାନରେ ଏହାର ଉଲ୍ଲଙ୍ଘନ ହେବା ଦେଖାଯାଇଥିଲା । ତେଣୁ ବି.ଏମ୍‌.ସି ତରଫରୁ ସ୍ୱତନ୍ତ୍ର ଏନ୍‌ଫୋର୍ସମେଂଟ ସ୍କ୍ୱାର୍ଡ଼ ତିନୋଟି ଯାକ ଜୋନ୍‌ର ବଜାର ଅଂଚଳ ବୁଲି ସାମାଜିକ ଦୂରତା ଉଲ୍ଲଙ୍ଘନ କରିଥିବା ଦୋକାନ ଗୁଡ଼ିକୁ ସିଲ୍ କରିଥିଲେ । ତେବେ ତିନୋଟି ଯାକ ଜୋନ୍‌ରେ ଗତକାଲିରୁ ଆଜି ସୁଧା ପ୍ରାୟ ୩୫ ଗୋଟି ଦୋକାନ ସିଲ୍ କରାଯିବା ପରେ ଅବସ୍ଥା ନିୟନ୍ତ୍ରଣରେ ନରହିବା ଦେଖାଯିବାରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିଲା

ଉଭୟ ୧ନମ୍ବର ଏବଂ ୨ ନମ୍ବରର ସମସ୍ତ ବଜାରକୁ ସିଲ୍ କରିବାକୁ ବାଧ୍ୟ ହୋଇଥିଲେ ବି ଏମ୍ ସି ଅଧିକାରୀ । ନାଗରିକ ମାନଙ୍କର ସୁରକ୍ଷାକୁ ଦୃଷ୍ଟି ଦେଇ କମିଶନର ପ୍ରେମଚନ୍ଦ୍ର ଚୋøଧରୀଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଅଂଚଳକୁ ବାଧ୍ୟ ହୋଇ ସିଲ୍ କରାଯାଇଛି ବୋଲି କହିଛନ୍ତି ବି.ଏମ୍‌.ସି. ଦକ୍ଷିଣ-ପୂର୍ବ ଜୋନ୍‌ର ଜୋନାଲ୍ ଡ଼େପୁଟି କମିଶନର ଅଂଶୁମାନ ରଥ ।
ତେବେ ଏହାକୁ ସ୍ୱାଭାବିକ କରିବା ର ଉଦ୍ଦ୍ୟେଶ୍ୟରେ ପଦକ୍ଷେପ ନିଆଯାଇଛି । ଅବସ୍ଥା ଦେଖି ପରବର୍ତୀ ନିଷ୍ୱତି ନିଆଯିବ ବୋଲି କହିଛନ୍ତି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ।

ଏହା ସହିତ ଅନ୍ୟ ବଜାର ହାଟରେ ସାମାଜିକ ଦୂରତା, ମାସ୍କ ର ବ୍ୟବହାର ଇତ୍ୟାଦି ବଜାୟ ରଖିବା ପାଇଁ ତିନୋଟି ଯାକ ଜୋନ୍‌ରେ ସ୍ୱତନ୍ତ୍ର ପ୍ରଚାର ଗାଡ଼ି ବୁଲାଯାଇ ନାଗରିକ ତଥା ବ୍ୟବସାୟୀ ମାନଙ୍କୁ ଏ ଦିଗରେ ସଚେତନତା କରାଯାଉଛି । ଏହା ସାଙ୍ଗକୁ ଗଣମାଧ୍ୟମ ମାନଙ୍କୁ ଅନୁରୋଧ ପୂର୍ବକ ବାର୍ତା ଦିଆଯାଇ ସଚେତନତା କରାଇବାର ପ୍ରୟାସ ଜାରି ରଖିଛନ୍ତି ବି.ଏମ୍‌.ସି କର୍ତୃପକ୍ଷ ।