ଭୁବନେଶ୍ବର : ଓଡିଶା ପାଇଁ ଖୁସି ଖବର। ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୦ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଖୋର୍ଦ୍ଧାରୁ ୧୯, ବାଲେଶ୍ୱରରୁ ୧୪, ବଲାଙ୍ଗିରରୁ ୧୨, ଢେଙ୍କାନାଳରୁ ୯ ଜଣ ସୁସ୍ଥ ହୋଇଛନ୍ତି । ନୟାଗଡ଼ ଓ ସୁନ୍ଦରଗଡ଼ରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୬, କେନ୍ଦୁଝରରୁ ୫, ଜଗତସିଂହପୁର ଓ ପୁରୀରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଦେବଗଡ଼, କେନ୍ଦ୍ରାପଡ଼ା ଏବଂ ଝାରସୁଗୁଡ଼ାରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨ ହଜାର ୪୭୪କୁ ବୃଦ୍ଧି ପାଇଛି ।
ସେହଭଳି ଆଜି ରାଜ୍ୟରେ ୧୧୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ । ଏମଧ୍ୟରୁ ୧୦୭ ଜଣ କ୍ଵାରେଣ୍ଟିଂନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି ।