Odia News Portal

ସୁଜାତାଙ୍କ ଜନ୍ମ ଦିନରେ ନିଆରା ପ୍ରୟାସ

ଭୁବନେଶ୍ୱର : କରୋନା ମୁକାବିଲା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ପରିବାରର ମୋହମାୟା ଛାଡି ଯେଉଁମାନେ ଜନସାଧାରଣଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି ସେମାନେ ହେଉଛନ୍ତି ପ୍ରକୃତ କରୋନା ଯୋଦ୍ଧା ବୋଲି  ରାଜ୍ୟ ସାଧାରଣ ସମ୍ପାଦିକା (ମହିଳା ବିଜୁ ଜନତା ଦଳ ଓଡ଼ିଶା)ର ସୁଜାତା ଜେନା ମତବ୍ୟକ୍ତ କରିଛନ୍ତି ।

ଆଜି ସୁଜାତାଙ୍କ ଜନ୍ମ ଦିନରେ ଆଇ ଆର ସି ଭିଲେଜ୍ ଏନ୍ – ୬ ସାଇ ମନ୍ଦିର ଆନୁକୂଲ୍ୟରେ କରୋନା ଯୋଦ୍ଧା ସମ୍ମାନ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ସମୟରେ କରୋନା ଯୁଦ୍ଧରେ ପ୍ରମୁଖ ଅସ୍ତ୍ର ଭାବେ ଠିଆ ହୋଇଥିବା ଗଣମାଧ୍ୟମ ଜରିଆରେ ଲୋକମାନଙ୍କ ପାଖରେ ସଠିକ୍ ଖବର ପହଞ୍ଚାଇବା ସହିତ ସଚେତନତା ଓ ସତର୍କ ସୃଷ୍ଟି କରୁଥିବା ସାମ୍ବାଦିକ ବନ୍ଧୁମାନଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ସେହିପରି ମହାମାରୀ ସମୟରେ ବାହାରେ ସଫେଇ କାର୍ଯ୍ୟ କରୁଥିବା ୱାର୍ଡ଼ ନଂ -୨୫ର ବିଏମ୍‌ସି କର୍ମଚାରୀ ମାନଙ୍କୁ ମାସ୍କ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା । ସୁଜାତା ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହିଳା ଶିଶୁ କଲ୍ୟାଣ ବିଭାଗ, ଓଡିଶା ସରକାରଙ୍କ ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଯୋଗଦେଇ ସମ୍ମାନୀତ କରିଥିଲେ ।