Odia News Portal

ଦୋକାନୀଙ୍କ ପାଇଁ ବିଏମସିର ନୂଆ ଗାଇଡଲାଇନ

ଭୁବନେଶ୍ବର :  ରଜ ପାଇଁ କର୍ଫ୍ୟୁ କୋହଳ କରି ଭିଡ଼ ହେବା ପରେ ଦୋକାନୀଙ୍କ ପାଇଁ ବିଏମସିର ନୂଆ ଗାଇଡଲାଇନ। ଦୋକାନୀ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ସୁନିଶ୍ଚିତ କରିବେ। ଏହାର ଉଲ୍ଲଙ୍ଘନ ହେଲେ ଦୋକାନ ସିଲ କରାଯିବ। ଟ୍ରେଡ ଲାଇସେନ୍‌ସ ବାତିଲ ଓ ଅତ୍ୟାବଶ୍ୟକ ସ୍ଥଳେ ଆଇନ ଅନୁଯାୟୀ ଏହାକୁ ରଦ୍ଦ କରାଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୁହାଯାଇଛି।

ଗ୍ରାହକ କିମ୍ବା ସାଧାରଣ ଲୋକ ମାସ୍କ ନପିନ୍ଧିଲେ, ସାମାଜିକ ଦୂରତା ରକ୍ଷା ନକଲେ ସରକାରୀ ନିୟମ ଅନୁଯାୟୀ ଜରିମାନା କରାଯିବ। ଦୋକାନୀ ଓ ବ୍ୟବସାୟିକ ପ୍ରତିଷ୍ଠାନମାନେ ଏହାକୁ ଦୃଷ୍ଟି ରଖିବେ। ଏହାସହ କରୋନା ସଂକ୍ରମଣକୁ ରୋକିବା ପାଇଁ ରଜ ଦୋଳି, ବାଗୁଡ଼ି ଓ ତାସ ଖେଳ ସଂପୂର୍ଣ୍ଣ ବନ୍ଦ କରାଯାଇଛି ।