ଭୁବନେଶ୍ୱର : ଗଂଜାମ ଜିଲ୍ଲାରେ ପୁଣି ୪ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଜିଲ୍ଲାରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ୩ ଜଣ କରୋନା ଯୋଦ୍ଧା ସାମିଲ ଅଛନ୍ତି । ସେମାନେ ଚିକିଟିରୁ ୨ ଜଣ ଓ ଶେରଗଡ଼ରୁ ଜଣେ । ଏତଦ ବ୍ୟତୀତ ସାନଖେମୁଣ୍ଡି ବ୍ଲକରୁ ଜଣେ କରୋନା ପଜିଟିଭ ଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଗତକାଲି ମଧ୍ୟ ଗଂଜାମରେ ୨ ଜଣ କରୋନା ଯୋଦ୍ଧା ସଂକ୍ରମଣର ଶିକାର ହୋଇଥିଲେ । ଛତ୍ରପୁର ଏସଡିପିଓ ଓ ଆଇଆଇସି କରୋନା ସଂକ୍ରମିତ ହୋଇଥିଲେ । ରାଜ୍ୟରେ ୩୭୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୫୯୪ ଜଣ ସୁସ୍ଥ ହୋଇସାରିଛନ୍ତି । ୧୦ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୧୬ ଜଣ ଚିକିତ୍ସାଧୀନ ଅଛନ୍ତି । ଗଂଜାମ ଜିଲ୍ଲାରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୭୭୨ ଜଣ । ଏଥିରୁ ୫୭୮ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ ଓ ଜିଲ୍ଲାରୁ ୫ ଜଣ ଆକ୍ରାନ୍ତଙ୍କ ମୃଥ୍ୟୁ ହୋଇଛି ।