Odia News Portal

ସହିଦ ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସମବେଦନା

ଭୁବନେଶ୍ବର : ସହିଦ ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମବେଦନା। ଗଲଓ୍ଵାନ ଘାଟିରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସାହାସୀ ଯବାନଙ୍କୁ ସଲାମ କରିବାକୁ ରାଷ୍ଟ୍ର ଏକ ହେଉ। ଯବାନମାନେ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି ବୋଲି ନବୀନ ଟ୍ଵିଟ୍‌ କରି କହିଛନ୍ତି। ଦେଶର ଅଖଣ୍ଡତାକୁ ରକ୍ଷା କରୁଥିବା ଯବାନଙ୍କୁ ସଲାମ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସୂଚନା ଥାଉକି, ସୋମବାର ରାତିରେ ପୂର୍ବ ଲଦାଖର ଗଲ୍‌ଓ୍ଵାନ୍‌ ଘାଟିରେ ଭାରତୀୟ ସୀମାରେ ପଶି ଚୀନ ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ସହିଦ ‌ହୋଇଥିଲେ। ତେବେ ଚୁପ୍ ନରହି ଏହାର ପ୍ରତି ଉତ୍ତର ମଧ୍ଯ ଦେଇଥିଲା ଭାରତୀୟ ‌ସେନା । ପାଲଟା ଜବାବରେ ଚୀନ ସେନାର ୪୩ ଜଣ ସୈନିକ ପ୍ରାଣ ହରାଇଥିବାକ କୁହାଯାଉଛି।