ଭଦ୍ରକ : ମଦ ପାଇଁ ଚୋରୀ । ଶେଷ ଚୋରକୁ ଧରିଛି ପୁଲିସ । ନିଜଗାଁ ରେ ଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚୋରି କରି ଧରା ପଡିଲେ ଲୁଟେରା । ପ୍ରବାସୀ ଙ୍କ ସୁବିଧା ପାଇଁ ସରକାର ତିଆରି କଲେ କ୍ଵରେଣ୍ଟାଇନ ସେଣ୍ଟର । ଯେମିତି କୌଣସି ଅସୁବିଧା ନହେବ ସେଥିପାଇଁ ସବୁ ସୁବିଧା କଲେ । ବିଜୁଳି କାଟ ବେଳେ ଯେପରି ପ୍ରବାସୀ ଅସୁବିଧାରେ ନ ରହିବେ ସେଥିପାଇଁ ଇନଭର୍ଟର , ସ୍ୱଚ୍ଛ ପାନୀୟ ଜଳ ପାଇଁ ୱାଟର ପିୟୁରିଫାଇର ସହ ଆନୁସଙ୍ଗିକ ସୁବିଧା କଲେ । କିନ୍ତୁ ଏହାର ଲାଭ ଉଠାଇଲେ ଚୋର ।
ମଦ ପିଇ ଲୁହା ରଡ ରେ କ୍ଵରେଣ୍ଟାଇନ ସେଣ୍ଟର ର ତାଲା ଭାଙ୍ଗି ଲୁଟିନେଇଥିଲେ । ଏମିତି ଏକ ଚୋର ଦଳ କୁ ଧରିଛି ଭଦ୍ରକ ପୋଲିସ । ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କ୍ଵରେଣ୍ଟାଇନ ସେଣ୍ଟର ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଦୁଇ ଜଣ ମଧ୍ୟ ପୋଲିସ ହାତ ରେ ଧରାପଡିଛନ୍ତି ।
ମଦ ପାଇଁ ପଇସା ଦରକାର ହୋଇଥିଲେ । ଭାବିଥିରେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚୋରି କରି ତାକୁ ବିକି ସେହି ପଇସାରେ ମଦ ପିଇବେ । ମଦ ପିଇବା ପାଇଁ ଯିବା ବେଳେ କ୍ଵରେଣ୍ଟାଇନ ସେଣ୍ଟରରୁ ଚୋରି ପାଇଁ ଯୋଜନା ହୋଇଥିଲା । ପୋଲିସ ସୂଚାନ ଅନୁଯାୟୀ , କ୍ଵରେଣ୍ଟାଇନ ସେଣ୍ଟରର ୱାଟର ପଟୁରିଫାୟର ଓ ଇନ୍ଭରଟରକୁ ତିହିଡି ଥାନା ଅଞ୍ଚଳ ର ଭୋଳନାଥ ମହାଳିକ , ଅଶୋକ ମହାପାତ୍ର ଓ ଗୋରାମାଟି ଗାଁ ର ନାରାୟଣ ସାମଲ ଚୋରି କରି ନେଇଥିଲେ ।
୫ତାରିଖ ରାତି ରେ ଭୋଳନାଥ , ଦେବୀଦତ୍ତ ଓ ନାରାୟଣ ଏକାଠି ହୋଇ ଚୋରି କରିଥିଲେ । ପରେ ଚୋରି ସାମଗ୍ରୀ କୁ ନେଇ ଏକ ବଣ ରେ ଲୁଚାଇ ରଖିଥିଲେ । ପରେ ସେଠାରୁ ନେଇ ଆଉ ଏକ ସ୍ଥାନରେ ନଡ଼ା ଗଦାରେ ଲୁଚାଇ ଥିଲେ । ଚୋରଙ୍କ ମଧ୍ୟ ରୁ ଜଣେ ପୋଲିସ ହାତ ରେ ଧରା ପଡିବାରୁ ଅନ୍ୟମାନଙ୍କୁ ପୋଲିସ ଧରିବା ସହ ଚୋରି ସାମଗ୍ରୀକୁ ପୋଲିସ ଜବତ କରିଛି । ଏନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ ରେ ଘଟଣା ନେଇ ସୂଚନା ଦେଇଛି ।