ଭୁବନେଶ୍ୱର : ଲଦାଖରେ ୨ ଓଡ଼ିଆ ଯବାନ ସହୀଦ ହୋଇଛନ୍ତି। ଜଣେ କନ୍ଧମାଳ ଓ ଜଣେ ମୟୁରଭଞ୍ଜ ଜିଲ୍ଲାର ହୋଇଥିବା ଜଣାପଡିଛି।
ଏମାନଙ୍କ ପରିବାରବର୍ଗ ପାଇଁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଭୟଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ତାଙ୍କର ବଳିଦାନ ସବୁବେଳ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି।