Odia News Portal

ବଜ୍ରପାତରେ ୨୦ ମୃତ ଓ ୨୦ରୁ ଅଧିକ ଆହତ

ବିହାରରେ ମୌସୁମୀ ବର୍ଷା ଥମିବାର ନାଁ ଧରୁନାହିଁ। ଆଗାମୀ ୨୪ ଘଣ୍ଟାରେ ପ୍ରଦେଶ ଅନେକ ଜିଲ୍ଲାରେ ଖୁବ୍‌ ଜୋରରେ ବର୍ଷା ହେଉଛି। ଆଜି ବିହାରରେ ପ୍ରବଳ ବର୍ଷା ହେବା ସହିତ ଭୀଷଣ ବଜ୍ରପାତ ବି ହେଇଛି। ଫଳରେ ୨୦ ଜଣଙ୍କର ମୃତ୍ୟୁ ହେବା ସହିତ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ବଜ୍ରପାତକୁ ନେଇ ରାଜ୍ୟରେ ହାଇ ଆଲର୍ଟ ଜାରୀ ରହିଛି। ପାଣିପାଗ ବିଭାଗ ଗ୍ରାମୀଣ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ଅତିଆବଶ୍ୟକ ନଥିଲେ ଘରୁ ବାହାରକୁ ବାହାରନ୍ତୁନାହିଁ। ତେବେ ପାଣିପାଗ ବିଜ୍ଞାନ କେନ୍ଦ୍ର ପାଟନାର ନିର୍ଦ୍ଦେଶକ ବିବେକ ସିହ୍ନାଙ୍କ କହିବାନୁଯାୟୀ ଏଭଳି ସ୍ଥିତି ଆସନ୍ତା ରବିବାର ପଯ୍ୟର୍ନ୍ତ ଜାରୀ ରହିବ।ତେବେ ବଜ୍ରପାତରେ ଆଜି ସହରସା, ଆରା, ସାରଣ, ଗୟା ଏବଂ ବକ୍ସର, ସାସାରାମରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି।