Odia News Portal

ତ୍ରୀନାଥ ବସ୍ତି ଉନ୍ନୟନ ପରିଷଦ ପକ୍ଷରୁ ସାହିରେ କରୋନା ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର : ୱାର୍ଡ ନଂ -୧୧ ଅନ୍ତର୍ଗତ ତ୍ରୀନାଥ ବସ୍ତି ଉନ୍ନୟନ ପରିଷଦ କମିଟି ପକ୍ଷରୁ ସହି ମଦ୍ୟରେ ଏକ କରୋନା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ବି ଏମ୍ ସି ପ୍ରଣୀତ ୫ଟି ହଟସ୍ପଟ ଜିଲ୍ଲାରୁ କେହି ଆସିଲେ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଅନୁରୋଧ କରିଥିଲେ ।

ଏହାସହ କାହାକୁ ଥଣ୍ଡା, କାଶ, ଜ୍ଜର, ଆଦି ଲକ୍ଷଣ ଦେଖାଯାଇଥିଲେ ସଂଗେ ସଂଗେ ସରକାରୀ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ସଚେତନ କରାଯାଇଥିଲା ଏବଂ ଭଲଭାବେ ହାତ ଧୋଇବା, ସାମାଜିକ ଦୂରତାକୁ ପ୍ରଧାନ୍ୟ ଦେବା ସହ ମାସ୍କ ପରିଧାନ କରିବାକୁ ଅନୁରୋଧ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ତ୍ରୀନାଥ ବସ୍ତି ଉନ୍ନୟନ ପରିଷଦ ପକ୍ଷରୁ ନରେନ୍ଦ୍ର କୁମାର ବିଶ୍ୱାଳ , ସନ୍ତୋଷ କୁମାର ପ୍ରଧାନ, ଦିଲ୍ଲୀପ ଦାସ, ସୌମ୍ୟରଞ୍ଜନ ପ୍ରଧାନ, ଅରୁଣ ମଲ୍ଲିକ, ବାବୁ ସାହୁ ଓ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତଥିଲେ ।