Odia News Portal

କଟକରେ କୋଭିଡ ସଂକ୍ରମଣ ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ

କଟକ : କଟକରେ ଦେଖାଦେଇଥିବା କୋଭିଡ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଇ ପି ସି ଟେଷ୍ଟ ଠାରୁ ଆରମ୍ଭ କରି ବିଭିନ୍ନ ପଦକ୍ଷେପ ନିଆଯାଉଅଛି। ଆଜିଠାରୁ ଏସ ସି ବି ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ମାନଙ୍କ ଠାରେ ନିର୍ଦ୍ଧିଷ୍ଟ ନିୟମ ପାଳନ କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ  ପ୍ରଦୀପ୍ତ ମହାପାତ୍ର । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଜି ଅପରାହ୍ନରେ ଏସ ସି ବି ମେଡିକାଲ ପରିଦର୍ଶନରେ ଆସି ମହାପାତ୍ର ସ୍ଥିତି ସମୀକ୍ଷା କରିବା ସହିତ ସାଧାରଣ ରୋଗୀ ଓ ବିଭିନ୍ନ ସ୍ଥାନ ମାନଙ୍କରୁ ଆସୁଥିବା ଲୋକମାନେ ଯଥା ସମ୍ଭବ ଜରୁରୀ ନଥିଲେ ମେଡିକାଲ ପରିସରକୁ ନସିବାକୁ କହିଥିଲେ।

ଓ ପି ଡି ଠାରେ ସାମାଜିକ ଦୁରତାକୁ କଡାକଡି ଭାବେ ପାଳନ କରିବା ସହିତ ସେଠାରେ ପୋଲିସ ତରଫରୁ ସିକୁରୀଟି ଵ୍ୟକ୍ତି ନିୟୋଜିତ କରାଯିବା ନେଇ ସୂଚନା ଦେଇଥିଲେ। ଟ୍ରେନିଂ ଓ ମୋକଡ୍ରିଲ ମାଧ୍ୟମରେ ସଂକ୍ରମଣ ମୁକାବିଲା ଜନିତ ପଦକ୍ଷେପ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ। ଆର.ଏମ. ଆର.ସି ପରିସରରେ ଆସନ୍ତା ମଙ୍ଗଳବାର ଠାରୁ ଆଣ୍ଟିଜେନ ଟେଷ୍ଟ କରାଯିବ ତଥା କରନା ଜନିତ ଜରୁରୀକାଳୀନ ସେବା ପାଇଁ ୪ଟି ଅତିରିକ୍ତ ଆମ୍ବୁଲାନ୍ସ ସି ଡି ଏମ ଓ ଙ୍କ ପାଖରେ ଉପଲବ୍ଧ ରହିବ।ପି ପି ଇ,ଏନ-୯୫ ମାସ୍କ, ସାନିଟାଇଜ଼ର ଆଦି ନିକଟସ୍ଥ ସିଟି ହସ୍ପିଟାଲ ଓ ଶିଶୁ ଭବନ କୁ ଯୋଗାଇଦେବା ପାଇଁ ଏସ ସି ବି ଅଧିକ୍ଷକଙ୍କୁ କହିଥିଲେ।

ଏଥି ସହିତ ଆଚାର୍ଯ୍ୟ ହରିହର କେନ୍ଦ୍ର ରେ ଅତିରିକ୍ତ ଭାବେ ଏକ ନୋଡାଲ ଅଧିକାରୀ ଙ୍କୁ ଦାଇତ୍ୱ ଦେବା ପାଇଁ ସେ କେନ୍ଦ୍ରର ନିର୍ଦ୍ଦେଶକ କହିଥିଲେ ଯିଏ ସି ଏମ ସି ସହିତ ଯୋଗାଯୋଗ ରକ୍ଷା କରି ପଦକ୍ଷେପ ସ୍ବରୂପ ଆବଶ୍ୟକ ସମସ୍ତ କାର୍ଯ୍ୟ ତୁଲାଇପାରିବେ।ଏହି ପରିଦର୍ଶନ ସମୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ, ରାଜ୍ୟ ଔଷଧ ନିଗମର ଏମ.ଡି ଯାମିନୀ ଷଢଙ୍ଗୀ, ସ୍ବାସ୍ଥ୍ୟ ବୈଷୟିକ ବିଭାଗ ମୁଖପାତ୍ର ଡ଼ା ଜୟନ୍ତ ପଣ୍ଡା, ସ୍ୱତନ୍ତ୍ର ସଚିବ ବରିଷ୍ଠ ଡ଼ା ସି ବି କେ ମହାନ୍ତି ଉପସ୍ଥିତ ରହି ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ଆୟୁକ୍ତ ଡ଼ ଅନିକ କୁମାର ସାମଲ, ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀ, ସି ଏମ ସି କମିଶନର ଅନନ୍ୟା ଦାସ, ଡିସିପି ଆଖିଲେଶ୍ୱର ସିଂ, ଏସ ସି ବି ଅଧୀକ୍ଷକ ଡ଼ା ଅନ୍ନଦା ପଟ୍ଟନାୟକ, ଅ଼ଧକ୍ଷ ଡ଼ା ପ୍ରଫେସର ଦତେଶ୍ୱର ଓତା,ଆଚାର୍ଯ୍ୟ ହରିହର କ୍ୟାନ୍ସର କେନ୍ଦ୍ରର ନିର୍ଦ୍ଦେଶକ ଲଲଟେନ୍ଦୁ ଷଢଙ୍ଗୀ,ସି ଡି ଏମ ଓ, ଡାକ୍ତର,ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।