ଚଣ୍ଡିଖୋଲ : ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରି ଚାଲିଥିବା ମହାମାରୀ କରୋନା ସଂକ୍ରମଣରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର, କେନ୍ଦ୍ରସରକାର, ଜିଲା ପ୍ରଶାସନ ଓ ସ୍ଥାନୀୟ ବ୍ଲକ୍ ପ୍ରଶାସନ ତରଫରୁ ବିଭିନ୍ନ କଟକଣା ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ମାତ୍ର କେତେକେ ଅମାନିଆ ଲୋକମାନଙ୍କ ଦ୍ୱାରା ଏହାର ପ୍ରଭାବ ସମଗ୍ର ମଣିଷ ସମାଜ ଉପରେ ଘୋର ବିପଦ ସୃଷ୍ଟି କରୁଛି । ତିନୋଟି ଜାତୀୟ ରାଜପଥର ସଂଙ୍ଗମ ସ୍ଥଳ ଚଣ୍ଡିଖୋଲ ଛକ ଏକ ବ୍ୟସ୍ତ ବହୁଳ ବ୍ୟବସାୟୀକ ସ୍ଥାନ ଭାବରେ ଓଡିଶାରେ ପରିଚିତ ।
ଏଠାକୁ ଦୈନଦିନ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଲୋକ ଆସିଥାନ୍ତି । ଏବେ କରୋନା ସଂକ୍ରମଣ କାୟା ବିସ୍ତାର କରିଚାଲିଥିବା ବେଳେ ଚଣ୍ଡିଖୋଲ ଛକରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ଗତ ଶନିବାର, ରବିବାର ଦୁଇ ଦିନ ଧରି ସମଗ୍ର ଜିଲା ସଟ୍ ଡ଼ାଉନ୍ ଘୋଷଣା ହୋଇଥିଲା ବେଳେ କେତେକ ଅମାନିଆ ମାଛ ଓ ମାଂସ ଦୋକାନୀ ଏହି କଟକଣାକୁ ଖାତିର ନକରି ନିଜ ନିଜ ବ୍ୟବସାୟ ଜାରି ରଖିଛନ୍ତି ।
ବିଶେଷ କରି ଚଣ୍ଡିଖୋଲ ପରିବା ମାର୍କେଟରେ ଲୋକମାନଙ୍କ ମଧ୍ୟରେ କୌଣସି ସାମାଜିକ ଦୁରତା ନରିବା ସହିତ କୌଣସ ଲୋକ ମୁହଁରେ ମାକ୍ସ ପିନ୍ଦୁ ନାହାଁନ୍ତି । ମାତ୍ର ବେଳେ ବେଳେ ପୋଲିସ ଗାଡ଼ିର ସାଇରନ୍ ଶୁଣି ଲୋକମାନେ ନାମକୁ ମାତ୍ର ମୁହଁରେ ମାକ୍ସ ପିନ୍ଦୁଛନ୍ତି । ଜିଲା ପ୍ରଶାସନର କଠୋର ଅନୁଶାସନକୁ ଏଠାରେ ଦେଖିବାକୁ ମିଳୁ ନାର୍ହି । ଚଣ୍ଡିଖୋଲ ଛକର ଏଭଳି ଅମାନିଆ ଗ୍ରାହକମାନଙ୍କ ଦ୍ୱାରା ଗୋଷ୍ଠୀ ସଂକ୍ରମଣର ଆଶାଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ଅନୁମାନ କରାଯାଏ । ଏଥି ପ୍ରତି ସ୍ଥାନୀୟ ପୋଲିସ ଅମାନିଆ ଗ୍ରାମକମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ ପାଇଁ ସାଧାରଣରେ ଦାବୀ ହେଉଛି ।