ଚଣ୍ଡିଖୋଲ : କାଲି ଗଲା ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଅବସରରେ କାଉଡ଼ିଆମାନେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଜଳାଭିଷେକ କରିବା ପାଇଁ ଶୈବ ପୀଠମାନଙ୍କୁ ଆସିଥାନ୍ତି । ଏହି ଅବସରରେ ରାସ୍ତାରେ ହଜାର ହଜାର ସଂଖ୍ୟାରେ କାଉଡ଼ିଆମାନେ ବୋଲବୋମ୍ ହରେ ହରେ ବମ୍ ଜଟିଆ ବାବା ପାର୍ କରେଗା ଡ଼ାକା ଦେବା ସହିତ କାନ୍ଧରେ କାଉଡ଼ି ଭାର ନେଇ ଡ଼ିଜେର ଉଚ୍ଚାଙ୍ଗ ଶଦ୍ଧ ସହିତ ରାସ୍ତା କଡ଼ରେ ଅରୁଆ, ଡ଼ାଲମା, ଗଞ୍ଜେଇ ଟଣା ଦୃଶ୍ୟ ମିଳିବ ନାହିଁ । ମହାମାରୀ କରୋନା ଯୋଗୁ ସରକାରଙ୍କ ତରଫରୁ ଏହି ବୋଲବୋମ୍ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି ।
ଫଳରେ ବିଭିନ୍ନ ଶିବ ମନ୍ଦିରରେ ଭକ୍ତମାନଙ୍କର ଗହଳୀ ଦେଖାଯାଉ ନଥିବା ବେହେଳ ୧୪୪ ଧାରା ଜାରି କରାଯାଇଛି । ସୋମବାର ବଡ଼ଚଣାର ପ୍ରସିଦ୍ଧ ଶୈବ ପୀଠ ମହାବିନାୟକକୁ କେହି ଜଣେ ହେଳେ ବି କାଉଡ଼ିଆ ଭକ୍ତ ଜଳାବିଷେକ କରିବାକୁ ନଆସି ନିଜ ଗ୍ରାମରେ ଥିବା ନଦୀ ପୁସ୍କରଣୀରୁ ଜଳ ଆଣି ଗ୍ରାମ ଶିବ ମନ୍ଦିରରେ ଜଳାଭିଷେକ କରିଛନ୍ତି ।