Odia News Portal

ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ସ୍ବର୍ଗଦ୍ବାର ଠାରେ ଶେଷକୃତ ସମ୍ପର୍ଣ୍ଣ  

ପୁରୀ : ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପୁରୀ ସ୍ବର୍ଗଦ୍ବାର ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ ସମ୍ପର୍ଣ୍ଣ ହୋଇଛି । ତାଙ୍କ ପୁତ୍ର ବିଜୟ ଶଙ୍କର ଦାସ ମୁଖାଗ୍ନି ଦେଇଥିଲେ । ଶ୍ରୀ ଦାସ ଗତକାଲି ଇହଲୀଳା ସମ୍ବରଣ କରିଥିଲେ । ଏହି ଅବସରରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଜଳ ସମ୍ପଦ ଓ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ରାଜ୍ୟ ମହିଳା କମିଶନ ମୁଖ୍ୟ ଶ୍ରୀମତୀ ମିନତୀ ବେହେରା,

ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି,  ପୂର୍ବତନ ବିଧାୟକ ରବିନ୍ଦ୍ରନାଥ ଭୋଇ, ରାଜ୍ୟ ଯୁବ ବିଜେଡି ସମ୍ପାଦକ ସୁବାସିସ ଖୁଣ୍ଟିଆ, ବିଜେଡି ନଗର ସାଧାରଣ ସମ୍ପାଦକ ଭଗବାନ ପଡ଼ି଼ହାରୀ, ଯୁବ ବିଜେଡି ଜିଲ୍ଲା ଉପସଭାପତି ଅରୁଣ କୁମାର ମିଶ୍ର, ଯୁବ ବିଜେଡି ନଗର ସଭାପତି ସରୋଜ ନାୟକ, ଜିଲ୍ଲା ଛାତ୍ର ବିଜେଡି ସଭାପତି ନାରଣ ପ୍ରସାଦ ସିଂ, ଜିଲ୍ଲା ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ହରେ କୃଷ୍ଣ ସୁଅର, ଜିଲ୍ଲା ଛାତ୍ର ବିଜେଡି ଉପସଭାପତି ରାଜେଶ ରଥ, ନଗର ଛାତ୍ର ବିଜେଡି ଉପଦେଷ୍ଟା ଦୀପକ ପଣ୍ଡା, ନଗର ଛାତ୍ର ବିଜେଡି ସଭାପତି ରାଜେଶ କୁମାର ରାଣା, ନଗର ଛାତ୍ର ବିଜେଡି ସାଧାରଣ ସମ୍ପାଦକ ଶ୍ରୀନିବାସ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ,  ଅତିରିକ୍ତ ଆରକ୍ଷୀ ଅଧିକ୍ଷକ  ପ୍ରତାପ ଚନ୍ଦ୍ର ସ୍ବାଇଁ, ସ୍ବର୍ଗତ ଦାସଙ୍କ ବ୍ୟକ୍ତିଗତ ସହାୟକ  ନିରଞ୍ଜନ ସେଠୀ, ପ୍ରମୁଖ ଦିବଂଗତ ଆତ୍ମାପ୍ରତି ଶେଷ ସମ୍ମାନ ଜଣାଇଥିଲେ। ଏହି ଅବସରରେ ସ୍ବର୍ଗତ ଦାସଙ୍କ ସାନ ଭାଇ  ମାନସ ରଞ୍ଜନ ଦାସ, ଭଣଜା ଜ୍ବାଇଁ ଶ୍ରୀ ମନୋଜ ଭୋଇ, ଭଣଜା ସନ୍ତୋଷ ଦାସ, ପୁତୁରା ଦିଲ୍ଲିପ ଦାସ, ସୁଜିତ ଦାସ, ଆତ୍ମୀୟ ସ୍ବଜନ, ବିଶିଷ୍ଠ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ ।