Odia News Portal

ବିଦେଶୀ ମଦ ଜବତ, ୩ ଗିରଫ

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଦ୍ଵାରା ବିପୁଳ ପରିମାଣର ବିଦେଶୀ ମଦ ଜବତ । ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ସାମରାଇପୁର ଅଞ୍ଚଳରେ ଏକ ଘରେ ଚଢାଉ କରି ବିପୁଳ ପରିମାଣର ମଦ ଜବତ କରିବା ସହ ତିନି ଜଣଙ୍କୁ  ଗିରଫ କରିଥିବା ସୂଚନା ମିଳିଛି ।

ଗିରଫ ଅଭିଯୁକ୍ତ ମାନେ ଭଦ୍ରକ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି । ଜବତ  ହୋଇଥିବା ବିଦେଶୀ ମଦର ଆନୁମାନିକ ମୂଲ୍ୟ ୪ ଲକ୍ଷରୁ ଉର୍ଦ୍ଧ୍ଵ ବୋଲି ଜଣାପଡିଛି । ଏ ସମ୍ପର୍କରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ମାମଲା ରୁଜୁ ହୋଇଛି ।