Odia News Portal

ଚଣ୍ଡିଖୋଲ ଠାରେ ମାକ୍ସ ଚେକିଂ, ୩୦ ହଜାର ଟଙ୍କା ଜୋରିମାନା

ଚଣ୍ଡିଖୋଲ : କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଜନସାଧାରଣଙ୍କ ମଧ୍ୟରେ ଏବେ ବି ଅଚେତନତା ରହିଛି । ସର୍ବନିମ୍ନ ଦାୟିତ୍ୱବୋଧ ଭୁଲିଯାଇ କିଛି ଲୋକ ବଜାର ଘାଟରେ ବୁଲୁଥିବା ଦେଖିବାକୁ ମିଳୁଛି । ମାକ୍ସ ମୁହଁରେ ଲଗାଇବା ବାଧ୍ୟତାମୁଳକ ଓ ସମ୍ବେଦନଶୀଳ ନିର୍ଦ୍ଦେଶ ରହିଥିଲା ବେଳେ ଏମାନେ ମାକ୍ସ ନଦେଇ ସର୍ବସାଧାରଣ ଇଲାକାରେ ବୁଲିବା ଆଇନ ବିରୋଧି ହୋଇଥିବା ପ୍ରମାଣ କରିବା ପାଇଁ ଚଣ୍ଡିଖୋଲ ଟ୍ରାଫିକ୍ ପୋଲିସ ଥାନା ପକ୍ଷରୁ ବଜାର ଉପରେ ମାକ୍ସ ଚେକିିଂ କାର୍ଯ୍ୟ ଚାଲୁରହିଛି ।

ଟ୍ରାଫିକ୍ ଥାନାଧିକାରୀ ବିଜୟନୀ ମଲ୍ଲଙ୍କ ନେତୃତ୍ୱରେ ଆଜି ଚଣ୍ଡିଖୋଲ ଗୋଲେଇ ଛକରେ ଅମାନିଆଙ୍କ ଠାରୁ ମାକ୍ସ ଓ ସିଟ୍ ବେଲେଟ୍ ପିନ୍ଧିନଥିବା ଲୋକଙ୍କ ଠାୁର ୩୦ ହଜାର ଟଙ୍କା ଜୋରିମାନ ଆଦାୟ କରାଯାଇଛି । ଏହି ଅମାନିଆଙ୍କ ପ୍ରତି ଆହୁରି କଠୋର ପଦକ୍ଷେପ ନିଆଯିବ ବୋଲି ଶ୍ରୀମତୀ ମଲ୍ଲ ପ୍ରକାଶ କରିଛନ୍ତି । ମଲ୍ଲଙ୍କର ଏତାଦୃଶ କାର୍ଯ୍ୟ ଦେଖି ସାଧାରଣରେ ପ୍ରଶଂସା କରାଯାଇଛି ।