Odia News Portal

ଜଙ୍ଗଳ ବିଭାଗର ଚଢାଉ ଚୋରା କାଠ ସହ ଗାଡ଼ି

ଚଣ୍ଡିଖୋଲ : ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଓଳାଶୁଣୀ ପାହାଡ଼ରୁ ଏକ ପିକ୍‌ଅପ ଭ୍ୟାନ (ଓ.ଆର.୦୨ବି.ଏ୨୧୬) ଚୋରା କାଠ ବୋଝେଇ ଗାଡିକୁ ବନ ବିଭାଗର କର୍ମଚାରୀ ଜବତ କରିଛନ୍ତି । କୌଣସି ସୁତ୍ରରୁ ଖବର ପାଇଁ ଏଡ଼ିଜି ଦେବାଶିଷ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ କଟକ ଭିଜିଲାନସ୍ ଓ ଡ଼ାଳିଯୋଡ଼ା ରେଞ୍ଜର ବୈରୀ ବନ କର୍ମଚାରୀଙ୍କ ମିଳିତ ଚଢାଉରେ ଏହି ଚୋରା କାଠ ଗାଡ଼ି ସହ ଚାଳକକୁ ଗିରଫ କରିଛନ୍ତି । ଡ଼ି.ଏପ.ଓ ରାଜନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଏହି ଚଡାଉ କରାଯାଇଥିଲା ।

ବନ ବିଭାଗ କର୍ମଚାରୀ ସମୟ ଉପଯୋଗୀ କାର୍ଯ୍ୟାନୁଷ୍ଠାନ ଯୋଗୁ ବଡ଼ଚଣା ବ୍ଲକ୍‌ର ବିଭିନ୍ନ ଜଙ୍ଗଳରୁ ଚୋରା ଚାଲାଣ ହେଉଥିବା କାଠଗୁଡ଼ିକୁ ଜବତ କରିବା ଫଳରେ କାଠ ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟର ବାତାବରଣ ସୃଷ୍ଟି ହୋଇଛି । ଡ଼ାଳିଯୋଡ଼ା ବନଖଣ୍ଡ ବୈରୀ ରେଞ୍ଜର ବନପାଳ ଶଶିକାନ୍ତ ବେହେରାଙ୍କ ଦୁଶାହସିକ ପଦକ୍ଷେପ ଯୋଗୁ ବିଗତ ଦିନରେ ଉଦୟଗିରି , ଚାରିନଙ୍ଗଳ, ବାହାଦୁର ନଗରର ଜଙ୍ଗଳରୁ ବହୁ ପରିମାଣର ଚୋରା କାଠ ଜବତ କରିବା ସହ ଗାଡ଼ି ଓ ଚାଳକଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ଜୋରିମାନା ଆଦାୟ କରାଯାଉଛି ।