Odia News Portal

କଟକରେ ବଢ଼ାଗଲା ସଟ୍‌ଡାଉନ୍ ଅବଧି

କଟକ : କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ସେଥିପାଇଁ ବଢ଼ାଗଲା ସଟ୍‌ଡାଉନ୍ ଅବଧି । କଟକରେ ଆଉ ଦୁଇ ଦିନ ବଢ଼ିଲା ସଟ୍‌ଡାଉନ୍ ସମୟ । କଟକ ମହାନଗର ନିଗମ ଅଧୀନ ଅଞ୍ଚଳରେ ୧୦ ତାରିଖ ପର‌୍ୟ୍ୟନ୍ତ ସଟ୍‌ଡାଉନ୍ ରହିବ ବୋଲି ସିଏମ୍‌ସି ପକ୍ଷରୁ ଟ୍ଵିଟ୍ କରି ଜଣାଇ ଦିଆଯାଇଛି ।

ପୂର୍ବରୁ ୮ ତାରିଖ ପର‌୍ୟ୍ୟନ୍ତ ସଟ୍‌ଡାଉନ୍ ଲାଗୁ କରାଯାଇଥିଲା । ଏବେ ୧୦ ତାରିଖ ମଧ୍ୟରାତ୍ରି ଯାଏ କଟକଣା ଲାଗୁ ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସିଏମ୍‌ସି କର୍ତ୍ତୃପକ୍ଷ ଜଣାଇ ଦେଇଛନ୍ତି ।