Odia News Portal

ତିହିଡି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତ ବୋଫର ଜୋନ ଘୋଷିତ

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ନଛିବିନ୍ଧା ଗାଁରେ ଜଣେ ମହିଳା କରୋନା ପଜିଟିଭ ଚିହ୍ନଟ ହେବା ପରେ ଉକ୍ତ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହା ସହ ନରେନ୍ଦ୍ରପୁର ପଞ୍ଚାୟତକୁ ବୋଫର ଜୋନଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ତେବେ ପ୍ରଶାସନର ନିର୍ଦ୍ଦେଶରେ ନଛିବିନ୍ଧା ଗାଁର ସବୁ ପ୍ରବେଶ ପଥକୁ ସିଲ କରାଯିବା ସହ କଣ୍ଟେନମେଣ୍ଟ ଜୋନରେ ସମସ୍ତ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ। ପ୍ରଶାସନ ତରଫରୁ ଉକ୍ତ ଗାଁକୁ ସାନିଟାଇଜ ମଧ୍ୟ କରାଯାଉଛି ।

ତେବେ କରୋନା ପଜିଟିଭ ଚିହ୍ନଟ ମହିଳାଙ୍କୁ ସମସ୍ତ ପରିବାର ସଦସ୍ୟଙ୍କ କ୍ବାରେନଣ୍ଟାଇନରେ ରଖାଯାଇଥିବା ସରପଞ୍ଚ ଜଣାଇଛନ୍ତି। ତେବେ ପ୍ରଶାସନ ତରଫରୁ ଉକ୍ତ ମହିଳାଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ ଜାରି ରହିଛି। ତେବେ ନଛିବିନ୍ଧା ଗାଁରେ କରୋନା ପଜିଟିଭ ଚିହ୍ନଟ ପରେ ପାଖ ଗାଁ ମାନଙ୍କରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି ।