Odia News Portal

ବିଜେପି ନେତାଙ୍କ ସମେତ ୩ ଜଣଙ୍କୁ ଗୁଳିକରି ହତ୍ୟା

ଶ୍ରୀନଗର : କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ବୁଧବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ଏଠାକାର ଜଣେ ସ୍ଥାନୀୟ ବିଜେପି ନେତାଙ୍କ ସମେତ ତାଙ୍କ ପିତା ଓ ଭାଇଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଆତଙ୍କବାଦୀମାନେ ଏହି ଘଟଣା ଭିଆଇଥିବା ସନ୍ଦେହ କରାଯାଉଛି । ମୃତ ବିଜେପି ନେତାଙ୍କ ନାମ ଶେଖ ୱାସିମ ବାରି ବୋଲି ଜଣାପଡ଼ିଛି ।

ସେ ବାନ୍ଦିପୋରା ଜିଲ୍ଲାରେ ବିଜେପିର ପୂର୍ବତନ ଅଧ୍ୟକ୍ଷ ଥିଲେ । ଶେଖ ୱାସିମ୍‌ ବାରିଙ୍କ ପିତା ବାସୀର ଅହମ୍ମଦ ଓ ଭାଇ ଉମର ବି ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି । ବାନ୍ଦିପୋରାରେ ଏକ ଦୋକାନ ନିକଟରେ ଏହି ଘଟଣା ଘଟିଛି । ଅନ୍ୟପକ୍ଷରେ ମୃତ ବିଜେପି ନେତାଙ୍କ ସୁରକ୍ଷା ପାଇଁ ନିୟୋଜିତ ୮ ଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ଗିରଫ କରାଯାଇଛି ।