Odia News Portal

କରୋନା ସମୟରେ ଡାକ୍ତରଙ୍କୁ ଆକ୍ରମଣ ଉଦ୍ୟମ

ଖୋର୍ଦ୍ଧା : କରୋନା ସମୟରେ ଡାକ୍ତରଙ୍କୁ ଆକ୍ରମଣ ଉଦ୍ୟମ। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଲ୍ୟ ବିଭାଗରେ ଘଟିଛି ଏଭଳି ଘଟଣା। ଦୁଇ ଜଣ ଡାକ୍ତର ରୋଗୀ ସେବା ସମୟରେ ଜଣେ ଯୁବକ ପିଭିସ ପାଇପ ଉଠାଇ ଡାକ୍ତରଙ୍କୁ ମାରିବାକୁ ଉଦ୍ୟମ ସହ ଗାଳିଗୁଲଜ କରିଛନ୍ତି ।

ସିସିଟିଭି ଫୁଟେଜକୁ ଆଧାର କରି ଶେଖ ଅମିନ ନାମକ ଯୁବକ ନାମରେ ଆଦର୍ଶ ଥାନାରେ ଅଭିଯୋଗ କଲେ ଦୁଇ ଡାକ୍ତର ଶ୍ୟାମା ପ୍ରସନ୍ନ ମିତ୍ର, ଓ ଶୁଭ୍ରାଂଶୁ କୁମାର ସାହୁ। କାର୍ଯ୍ୟରତ ସୁରକ୍ଷା କର୍ମିଙ୍କ ଉପସ୍ଥିତରେ ଘଟିଥିଲା ଘଟଣା। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଇଲେ ଡାକ୍ତର।କାର୍ଯ୍ୟାନୁଷ୍ଠାନ ନହେଲେ କାର୍ଯବନ୍ଦ କରିବେ ବୋଲି  ଡାକ୍ତରମାନେ ଚେତାବନୀ ଦେଇଛନ୍ତି।