Odia News Portal

ଆଜି ପୁଣି ସୁସ୍ଥ ହେଲେ ୫୬୫

ଭୁବନେଶ୍ଵର : ରାଜ୍ୟରେ ଗୋଟିଏ ଦିନରେ କରୋନାରେ ରେକର୍ଡ ସଂକ୍ରମିତ ଓ ରେକର୍ଡ ସୁସ୍ଥ । ୨୪ ଘଣ୍ଟାରେ ୭୫୫ ପଜିଟିଭ୍‌ କେସ୍‌ ବାହାରିଥିବା ବେଳେ ସୁସ୍ଥ ହୋଇଛନ୍ତି ରେକର୍ଡ ୫୬୫ । ରାଜ୍ୟର ୨୩ ଜିଲ୍ଲାରୁ ଆସିଛି ରେକର୍ଡ ୭୫୫ କରୋନା ପଜିଟିଭ କେସ୍‌ । କ୍ୱାରେଣ୍ଟାଇନରେ ୫୦୮ ଓ ୨୪୭ଟି ଲୋକାଲ କଣ୍ଟାକ୍ଟ କେସ୍‌ । ମୋଟ ପଜିଟିଭ ସଂଖ୍ୟା ୧୧ ହଜାର ୯୫୬ ପହଁଚିଛି । ୪ ଜଣଙ୍କ ସହ ମୋଟ ୫୬ ଜଣଙ୍କ ମୁଣ୍ଡ ନେଇଛି ଭୂତାଣୁ । ଆକ୍ଟିଭ୍‌ କେସ ୩ ହଜାର ୯୮୪ ଥିବା ବେଳେ ୭ ହଜାର ୯୭୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗଞ୍ଜାମରେ ସର୍ବାଧିକ ୩୨୦ ପଜିଟିଭ ବାହାରିଛନ୍ତି । ଯାଜପୁରରେ ୮୬ ଓ ସୁନ୍ଦରଗଡରେ ୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଆଜି ସୁସ୍ଥତାରେ ରେକର୍ଡ କରିଛି ରାଜ୍ୟ । ଏକାବେଳେ କୋଭିଡ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ୨୪ ଜିଲ୍ଲାର ୫୬୫ କରୋନା ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୫ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ରାୟଗଡାରୁ ୮୫, ବଲାଙ୍ଗିରରୁ ୪୫, କଟକରୁ ୩୨ ଏବଂ ମାଲକାନଗିରିରୁ ୩୦, ବରଗଡରୁ ୨୪, ସୁନ୍ଦରଗଡରୁ ୨୪, ଅନୁଗୁଳରୁ ୨୩, ବାଲେଶ୍ବରରୁ ୧୭, ଜଗତସିଂହପୁରରୁ ୧୭, ଖୋର୍ଦ୍ଧାରୁ ୧୫, ଯାଜପୁରରୁ ୧୩, କେନ୍ଦ୍ରାପଡାରୁ ୧୦, ଗଜପତି, ଝାରସୁଗୁଡା, ନବରଙ୍ଗପୁରରୁ ୮ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି। ମୟୂରଭଞ୍ଜରୁ ୭ ଜଣ ,ଭଦ୍ରକରୁ ୪, ପୁରୀରୁ ୩, ଢେଙ୍କାନାଳ ଓ କେନ୍ଦୁଝରରୁ ୨ ଜଣ ଲଖାଏଁ ଓ ବୌଦ୍ଧ କନ୍ଧମାଳ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆରୋଗ୍ୟ ହୋଇଥିବାରୁ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।