Odia News Portal

ମହିଳା ଥାନାରେ ରକ୍ତଦାନ ଶିବିର : ୩୦ ୟୁନିଟ୍ ରକ୍ତ ସଂଗ୍ରହ

ଭୁବନେଶ୍ୱର : କମିଶନରେଟ୍ ପୋଲିସ୍‌ର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର । ଏହି ଶିବିର ଆୟୋଜିତ ହୋଇଛି ଭୁବନେଶ୍ୱର ମହିଳା ଥାନା ପରିସରରେ । ଏଥିରେ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ।

ଭୁବନେଶ୍ୱର ଡିସିପି ଅନୁପ ସାହୁ ଏହି ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ । ଏଥିରେ ମହିଳା ଥାନା ସମେତ ଅନ୍ୟ ଥାନାର ପୋଲିସ୍ କର୍ମଚାରୀମାନେ ରକ୍ତଦାନ କରିଥିଲେ । ଏହି ଅବସରରେ ଜୋନ୍‌-୧ ଏସିପି ମାନସ ଗଡ଼ନାୟକ, ଏସିପି ଲଳିତେନ୍ଦୁ ମହାନ୍ତି, ବନିତା ମହାରଣା, ଦିଲୀପ ଦାଶଶର୍ମା ଏବଂ ବିଏମ୍‌ସି ବ୍ଲଡ୍ ବ୍ୟାଙ୍କ କର୍ମଚାରୀମାନେ ଉପସ୍ଥିତ ଥିଲେ ।