ଆଗ୍ରା : ଆଗ୍ରାରେ ଧରାପଡିଥିବା ଦେହ ବ୍ୟାପାରର ମାଷ୍ଟରମାଇଣ୍ଡ ସମ୍ପର୍କରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ କିଙ୍ଗପିନ୍ ରୁମ୍ ନୁହେଁ ବରଂ ସାରା ହୋଟେଲକୁ ଭଡାରେ ନେଉଥିଲେ । ତାଙ୍କର ତିନୋଟି ମୋବାଇଲ୍ ଫୋନରୁ ୬ ଟି ହୋଟେଲ ଅପରେଟରଙ୍କ ସଂଖ୍ୟା ମିଳିଛି। ପୋଲିସ ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି। ହେବ ବ୍ୟାପାର ହୋଇଥିବା ହୋଟେଲଗୁଡିକର ରିପୋର୍ଟ ପ୍ରଶାସନକୁ ଦେଇ ସିଲ୍ କରାଯିବ ବୋଲି ଏସପି ସିଟି କହିଛନ୍ତି ।
ଫେବୃଆରୀ ୩ରେ ଏସପି ସିଟି ବୋଟ୍ରେ ରୋହନ ପ୍ରମୋଦଙ୍କ ନେତୃତ୍ୱରେ ହୋଟେଲ ତାଜ ହେଭେନରେ ଚଢୁ ହୋଇଥିଲା । ସେହି ସମୟରେ ୫ ଯୁବତୀ ଧରାପଡିଥିଲେ । ଖସିଯାଇଥିଲା କିଙ୍ଗ ପିନ୍ । ତା ଉପରେ ଓ ହୋଟେଲ୍ ସଞ୍ଚାଳକଙ୍କ ଉପରେ ୧୫-୧୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ବୁଧବାର ତାଜଗଞ୍ଜ ଥାନା ପୋଲିସ ଉଭୟଙ୍କୁ ଗିରଫ କରିଛି ।
ପୋଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି ଯେ କିଙ୍ଗପିନ୍ ବେପାର କରିବା ପାଇଁ ହୋଟେଲର ଗୋଟିଏ କିମ୍ବା ଦୁଇଟି ରୁମ୍ ନୁହେଁ ବରଂ ସମଗ୍ର ହୋଟେଲକୁ ଭଡାରେ ନେଉଥିଲା । ବୁକିଂ ପାଇଁ କଲ୍ ଗାର୍ଲମାନଙ୍କୁ ଡକାଯାଉଥିଲା । ଡୁପ୍ଲିକେଟ୍ ନାଁରେ ରୁମ୍ ବୁକ୍ ହେଉଥିଲା ।
ପୋଲିସର ପଚରାଉଚରାରେ କିଙ୍ଗପିନ୍ ଅନେକ ହାଇ ପ୍ରୋଫାଇଲ୍ ଲୋକଙ୍କ ନାଁ ମଧ୍ୟ ବଖାଣିଛି । ଏସପିଙ୍କ କହିବାନୁସାରେ ପୋଲିସ ତଦନ୍ତ ଜାରି ରଖିଛି । ଯାହା ବିରୁଦ୍ଧରେ ପ୍ରମାଣ ମିଳିବ କାର୍ଯ୍ୟାନୁଷ୍ଠାନ କରାଯିବ । କିଙ୍ଗପିନ୍ କହିଛି କି ସହରରେ ତାର ୧୫ ଏଜେଣ୍ଟ ଅଛନ୍ତି । ତା ମୋବାଇଲରୁ ୧୫୦୦ ନମ୍ବର ମିଳିଛି । ମୋବାଇଲରେ ଆଗ୍ରା ବ୍ୟତୀତ, ଫିରୋଜାବାଦ, ମଥୁରାର ମଧ୍ୟ ଅନେକ ନମ୍ବର ଅଛି । ଦିଲ୍ଲୀ ଓ ମୁମ୍ବାଇର କଲଗର୍ଲଙ୍କ ନମ୍ବର ମଧ୍ୟ ଅଛି । ପୋଲିସ ସୂଚନା ଅନୁସାରେ ୩ ମୋବାଇଲ୍ ଫରେନ୍ସିକ୍ ଲାବ ପଠାଯାଇଛି ଏବଂ ଆଗାମୀ ତଦନ୍ତ ଜାରି ରହିଛି ।