ଭୁବନେଶ୍ବର : ସଂପ୍ରତି ଆଜି ଜୁଲାଇ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଡିଏଭି୍ ସ୍କୁଲ୍ ପୋଖରୀପୁଟ୍ ରେ ବନ ମହୋତ୍ସବ ଉତ୍ସବ ସ୍କୁଲର ଅଧ୍ୟକ୍ଷା ମାଡାମ୍ ସୁଜାତାଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଇକୋକ୍ଲବ ,ଏନ୍ ସି ସି ଓ ସ୍କାଉଟ୍-ଗାଇଡ୍ ବିଭାଗ ତରଫରୁ ଶିକ୍ଷୟିତ୍ରୀ ନୀନା ତ୍ରିପାଠୀ ଓ ସ୍ମୃତି ନାୟକ ନେତୃତ୍ବରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନ୍ ଲାଇନ୍ ମାଧ୍ୟମରେ ବନମହୋତ୍ସବ ସଂକ୍ରାନ୍ତୀୟ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ଔଷଧୀୟ ଓ ଫୁଲ ଗଛ ଲଗାଇବା ସହିତ ଗଛ ସମ୍ବନ୍ଧୀୟ ବାର୍ତ୍ତା ଅତ୍ୟନ୍ତ ଉତ୍ସାହର ସହିତ ଓ ନିଖୁଣ ଭାବରେ ଭିଡିଓ ମାଧ୍ୟମରେ ପରିବେଷଣ କରିଥିଲେ। ଏତଦ୍ବ୍ୟତୀତ ବିଦ୍ୟାଳୟର ଅଧ୍ୟକ୍ଷା ଓ ଶିକ୍ଷକମାନେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏହି ଉତ୍ସବ ପାଳନ କରିବାର ମହତ୍ତ୍ଵ ଓ ଅଧିକ ଆକର୍ଷଣୀୟ ତଥ୍ୟ ସଂଗ୍ରହ କରିବା ନିମନ୍ତେ ଭର୍ଚୁଆଲ୍ ବିଶ୍ଲେଷଣ ଆୟୋଜନ କରାଯାଇଥିଲା। ପରିଶେଷରେ ସ୍କୁଲର ଅଧ୍ୟକ୍ଷା ମାଡାମ୍ ସୁଜାତା ଭାଗ ନେଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ଇ-ସାର୍ଟିଫିକେଟ ପ୍ରଦାନ କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ।