Odia News Portal

ଶତାବ୍ଦୀର ପ୍ରଥମ ଧୂମକେତୁ

ଶତାବ୍ଦୀର ପ୍ରଥମ ଧୂମକେତୁ । ପ୍ରାୟ ୨୩ ବର୍ଷ ପରେ ଶତାବ୍ଦୀର ପ୍ରଥମ ଧୂମକେତୁ ଖାଲି ଆଖିରେ ହେବ ଦୃଶ୍ୟମାନ । ଆଜିଠୁ ୩୦ ତାରିଖ ମଧ୍ୟରେ ସୂର୍ଯ୍ୟାସ୍ତ ପରେ ଅଧଘଣ୍ଟାରୁ ଏକ ଘଣ୍ଟା ଖାଲି ଆଖିରେ ଦେଖାଯିବ ଶତାବ୍ଦୀର ପ୍ରଥମ ଧୂମକେତୁ। ଗତ ମାର୍ଚ୍ଚ ମାସ ୨୭ ତାରିଖରେ ସୂର୍ଯ୍ୟଠାରୁ ପ୍ରାୟ ୩୧.୨କୋଟି କିଲୋମିଟର ଦୂରରେ ଥିବା ଧୂମକେତୁ -ସି/୨୦୨୦ ଏଫଟି ନିଓୱାଇଜ ଦେଖାଯାଇଥିଲା।

ଉତ୍ତର ପଶ୍ଚିମ ଦିଗ୍‌ବଳୟର ଆକାଶ, ମେଘ, ଧୂଳି ଓ ସହର ଆଲୋକରୁ ମୁକ୍ତ ରହିଲେ ଏହା ଆଜିଠୁ ୩୦ ତାରିଖ ମଧ୍ୟରେ ଖାଲି ଆଖିରେ ଦେଖିହେବ। ଖାଲି ଆଖିରେ ଧୂମକେତୁ ଦେଖାଯିବାର ଏହା ଏକ ବିରଳ ସୁଯୋଗ। ୧୯୯୭ ମସିହାରେ ଶେଷ ଥର ପାଇଁ ହେଲ ବଫ୍‌ ନାମକ ଧୂମକେତୁ ଖାଲି ଆଖିକୁ ଦେଖାଯାଇଥିଲା।