Odia News Portal

ସେବା ଫାଉଣ୍ଡେସନ ପକ୍ଷରୁ ମଞ୍ଚେଶ୍ୱର ଥାନା ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ଵର : ଆଜି ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମଞ୍ଚେଶ୍ୱର ଥାନାଧିକାରୀ ଶ୍ରୀ ଜତୀନ୍ଦ୍ର ନାଥ ସେଠୀ, ସହ ଅଧିକାରୀ ସନ୍ତୋଷ କୁମାର ଶତପଥୀ ଓ ଷ୍ଟାଲିନ ବିଶ୍ୱାଳଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି।

ସେବା ଫାଉଣ୍ଡେସନର ଉପଦେଷ୍ଟା ଅଶୀଳ କୁମାର ବ୍ରହ୍ମ ମାନପତ୍ର ଓ ଉତ୍ତରୀୟ ଦେଇ ତିନି ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସେବା ଫାଉଣ୍ଡେସନ ର ଉପ ସଭାପତି ସୁଶୀଲକାନ୍ତ ପ୍ରଧାନ ଓ ସମ୍ପାଦକ ସାର୍ଥକ କୁମାର ପରିଡା ଉପସ୍ଥିତ ଥିଲେ।