Odia News Portal

ଏମ ଜେ ଆକବର କଲେ ମାନହାନୀ ମକଦମା

ନୂଆଦିଲ୍ଲୀ – କେନ୍ଦ୍ରମନ୍ତ୍ରୀ ଶ୍ରୀ ଏମ ଜେ ଆକବର ସାମ୍ବାଦିକା ପ୍ରିୟା ରମାନୀଙ୍କ ନାମରେ ମାନହାନୀ ମକଦମା କରିଛନ୍ତି । ପ୍ରିୟା ରମାନୀ ମି ଠୁ କ୍ୟାମ୍ପେନରେ ଆକବରଙ୍କ ନାରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ପୁର୍ବରୁ ଶ୍ରୀ ଆକବର ଏହି ଅଭିଯୋଗକୁ ଭିତି ହୀନ ବୋଲି କହିଥିଲେ ।
ସେ ଆହୁରି ମଧ୍ୟ କହିଥିଲେ, ଆଗକୁ ସାଧାରଣ ନିର୍ବାଚନ, ତେଣୁ ଏହା ଏଜେଣ୍ଡା ମଧ୍ୟ ହୋଇପାରେ। ଏଭଳି ମିଛ. ଭିତ୍ତିହୀନ ଏବଂ ଭୟଙ୍କର ଅଭିଯୋଗ ମୋ ବ୍ୟକ୍ତିତ୍ୱକୁ ଅପମାନିତ କରିଛି, ଯାହାକି ଭରଣା ହୋଇପାରିବ ନାହିଁ। ମିଛର ଗୋଡ଼ ନଥାଏ ସତ, କିନ୍ତୁ ଏହାର ବିଷ ଅନେକ କିଛି ନଷ୍ଟ କରିଦିଏ।