ଦୁଷ୍କର୍ମ ଅଭିଯୋଗରେ ଫସିଥିବା ଫିଲ୍ମ ଓ ଟେଲି ଦୁନିଆର ‘ସଂସ୍କାରୀ ବାବୁଜୀ’ ଭାବେ ଜଣାଶୁଣା ବରିଷ୍ଠ ଅଭିନେତା ଆଲୋକ ନାଥ ଆଜି ଅଭିଯୋଗକାରୀ ତଥା ଲେଖକ ଓ ପ୍ରଯୋଜକ ବିନୀତା ନନ୍ଦାଙ୍କ ବିରୋଧରେ ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ କୋର୍ଟରେ ସିଭିଲ୍ ମାନହାନି କେସ୍ କରିବା ସହ ବିନୀତାଙ୍କୁ ଲିଖିତ କ୍ଷମା ପ୍ରାର୍ଥନା କରିବାକୁ କହିଛନ୍ତି।
ଖାଲି ସେତିକି ନୁହେଁ, ବିନୀତା ମିଥ୍ୟା ଅଭିଯୋଗ କରିଥିବାରୁ ତାଙ୍କ ସମ୍ମାନହାନି ହୋଇଛି। ତେଣୁ ସେ ତାଙ୍କଠାରୁ ଆଶ୍ଚର୍ୟ୍ୟଜନକ ଭାବେ ମାତ୍ର ୧ ଟଙ୍କାର କ୍ଷତିପୂରଣ ମାଗିଛନ୍ତି। ଆଲୋକ ନାଥ ଓ ତାଙ୍କ ପତ୍ନୀ ଆଶୁ ନାଥ ବିନୀତାଙ୍କ ବିରୋଧରେ ଏଭଳି ମାମଲା ରୁଜୁ କରିଛନ୍ତି। ତେବେ ଆଲୋକ ନାଥ ମାତ୍ର ୧ ଟଙ୍କା ମାଗିଥିବାରୁ ତାକୁ ନେଇ ବିଭିନ୍ନ ମହଲରେ ଆଶ୍ଚର୍ୟ୍ୟ ପ୍ରକଟ କରାଯାଇଛି।
ଆଲୋକ ନାଥ ପ୍ରଯୋଜକ ବିନୀତାଙ୍କୁ ପାଖାପାଖି ୨୦ ବର୍ଷ ତଳେ ଡ୍ରିଙ୍କ୍ସରେ ନିଶା ମିଶାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କେବଳ ବିନୀତା ନୁହନ୍ତି ସନ୍ଧ୍ୟା ମୃଦୁଲ ଓ ଦୀପିକା ଅମୀନ୍ ମଧ୍ୟ ସଂସ୍କାରୀ ବାବୁଜୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ନେଇ ମୁହଁ ଖୋଲିଥିଲେ।
ପୂର୍ବରୁ ମଧ୍ୟ ଆଲୋକ ନାଥଙ୍କ ଓକିଲ ବିନୀତାଙ୍କ ନାଁରେ ମାନହାନି କେସ୍ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
