Odia News Portal

ଆଜି ରେକର୍ଡ଼ ସଂଖ୍ୟକ ୬୧୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୬୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୨୭୦, ସୁନ୍ଦରଗଡ଼ରୁ ୮୪, କେନ୍ଦୁଝରରୁ ୪୮, ଗଜପତିରୁ ୩୫, ବାଲେଶ୍ୱରରୁ ୩୧, ଖୋର୍ଦ୍ଧାରୁ ୨୮, ନୟାଗଡ଼ାରୁ ୨୫, ଯାଜପୁରରୁ ୨୦, ମୟୁରଭଞ୍ଜରୁ ୧୫, କଟକରୁ ୧୦, କୋରାପୁଟରୁ ୧୦, ଜଗତସିଂହପୁରୁ ୧୦, ବରଗଡ଼ରୁ ୬, ପୁରୀରୁ ୬, ବଲାଙ୍ଗୀରରୁ ୫, କେନ୍ଦ୍ରାପଡ଼ାରୁ ୩, କଳାହାଣ୍ଡିରୁ ୨, କନ୍ଧମାଳରୁ ୨, ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୦,୪୭୬କୁ ବୃଦ୍ଧି ପାଇଛି ।